ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ଏବେ କୋରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଦେଖା ଦେଇଥିବା ବେଳେ ଲକଡାଉନ ଜାରି ହୋଇଛି । କୋରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ସବୁଠି ଚାଲିଛି ପ୍ରତିଷେଧକ ପ୍ରସ୍ତୁତି । ସୌମ୍ୟ ରଞ୍ଜନ ନାୟକ ତାଙ୍କ ଜନ୍ମଦିନରେ ଭିନ୍ନ ଚିନ୍ତା ନେଇ ସମାଜ ସେବୀ ସିମାଞ୍ଚଳ ନାୟକଙ୍କ ନେତୃତ୍ୱରେ ଓ ମାନସ ରଞ୍ଜନ ଦାଶଙ୍କ ସହଯୋଗରେ ଛତ୍ରପୁର ବାସନାପଲ୍ଲୀ, ଢେପ ସାହି, ପୁରୁଣାପାଟଣା ଓ ବାସନାପଲ୍ଲୀ ଅଞ୍ଚଳରେ ପ୍ରାୟ ୫୦ ପରିବାରକୁ ମାସ୍କ, ସାବୁନ୍, ବିସ୍କୁଟ ବଣ୍ଟନ କରିଥିଲେ । ଏଥିସହ ସମସ୍ତଙ୍କୁ ସଚେତନତା ପତ୍ର ବାଣ୍ଟି ଲୋକଙ୍କୁ ଘରେ ରହିବା ସହ ହାତ ଧୋଇବା ଉପରେ ବୁଝାଇଥିଲେ । ସରକାରୀ ନିୟମ ମାନିବା ଓ କୋରୋନା ଭୁତାଣୁ ସଂକ୍ରମଣ ବିରୋଧରେ ଲଢେ଼ଇ କରିବା ପାଇଁ ସମସ୍ତଙ୍କୁ ସଚେତନତା କରାଇଥିଲେ । ଛତ୍ରପୁର ସମସ୍ତ ଅନୁଷ୍ଠାନର ପିଲାଙ୍କୁ ମାସ୍କ ଓ ବିସ୍କୁଟ ପ୍ରଦାନ କରି ସମାଜକୁ ନିଆରା ବାର୍ତ୍ତା ଦେବା ପାଇଁ ଛୋଟ ପ୍ରୟାସ କରିଥିଲେ । ସେ ନିଜ ସାମ୍ବାଦିକତା ଦରମାରୁ କିଛି ଅଂଶ ସମାଜ କାମରେ ଲଗାଇଲେ ଖୁସି ମିଳୁଥିବା କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା