ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)- ଶ୍ରୀକୃଷ୍ଣ ଭାବନାର ପ୍ରତୀକ ସ୍ଵରୂପ ବାଲ୍ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ସମଗ୍ର ବିଶ୍ବରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ସମାଜ ଏବଂ ଶିଶୁମାନଙ୍କ କଲ୍ୟାଣ ନିମନ୍ତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନାମରେ ମହାଆଡମ୍ବର ସହକାରେ ପାଳନ କରାଯାଉଛି। ଏହି ଅବସରରେ ମା ଫୁଲ ସୁନ୍ଦରୀ ନାମ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ନଗର ନାମ ସଂକୀର୍ତ୍ତନ ପରିକ୍ରମାର ଆୟୋଜନ କରାଯାଇଥିଲା l ପ୍ରଥମେ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା ପରେ ସଂକୀର୍ତ୍ତନ ମଣ୍ଡଳୀ ଓ ଭକ୍ତବୃନ୍ଦ ନଗର ପରିକ୍ରମାକୁ ବାହାରି ଥିଲେ l ସେହି ସମୟରେ ତାଙ୍କ ସହିତ ଆସିଥିବା ରାଧାକୃଷ୍ଣ ବେଶଧାରୀ ଶିଶୁ ମାନଙ୍କୁ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ବାଗତ କରିବା ସହିତ କେରାଣ୍ଡି ମହନ୍ତ ଦାମୋଦର ଦାସ ଜୀ ଏବଂ କେନ୍ଦ୍ର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ଦ୍ଵାରା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ମଠ ପରିଚାଳକ ମୂରଲୀଧର ପରିଛା ଏବଂ ଜାନକୀ ଚରଣ ବେହେରା ମଧୁ ବେହେରା, ଅଭିମନ୍ୟୁ ପଣ୍ଡା, ସହ ଶତାଧିକ ସ୍ଥାନୀୟ ସାହି ବାସିନ୍ଦା ସହଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା