ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଜନତାପାଟି ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ କାର୍ଯ୍ୟକ୍ରମର ୧୯ ଦିନରେ ଆଜି ପୂର୍ବହ୍ନରେ ଜଳେଶ୍ୱର ଶାନ୍ତିଆ ପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଜଳେଶ୍ୱର ଭଳି ଓଡିଶାର ପ୍ରବେଶ ଦ୍ୱାରା ବୋଲି କୁହାଯାଉଥିବା ଅଂଚଳ ଦୀର୍ଘ ୧୯ ବର୍ଷର ନବୀନ ପଟ୍ଟନାୟକଙ୍କ ମୂଖ୍ୟମନ୍ତ୍ରୀତ୍ୱ ସମୟରେ ବିଭିନ୍ନ ଦିଗରେ ପଛରେ ପଡିଥିବାରୁ ତାଙ୍କ ସରକାର ଓଡିଶା ବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପରିହାସ ଛଳରେ କହିଥିଲେ । ଜଳେଶ୍ୱର ଅଂଚଳର ଲୋକ କାମଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯିବା, ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସମସ୍ୟା, ସୁବର୍ଣ୍ଣରେଖା ନଦୀ ଅବବାହିକାରେ ବିଭିନ୍ନ ଚାଷଜମିକୁ ଜଳସେଚନରୁ ବଂଚିତ ହେବା, ଧାନ ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା ୧୭୫୦ଟଙ୍କା ପ୍ରଦାନରେ ଟାଳଟୁଳ ନିତୀ ଅବଲମ୍ବନ କରିବା, ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ମାନଙ୍କରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେବା, ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ବାସୀଙ୍କୁ ସାମିଲ ନ କରି ଯୋଗ୍ୟ ହିତାଧିକାରୀଙ୍କୁ ଉନ୍ନତାମାନର ସ୍ୱାସ୍ଥ୍ୟସେବାରୁ ବଂଚିତ କରିବା, ଓଡିଶାରୁ କୋଇଲା ବାହାର ରାଜ୍ୟକୁ ଯାଇ ସେଥିରୁ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ନ ପାଇବା, ବେବିନା ଧର୍ଷଣ ମାମଲାରେ କ୍ରାଇମ୍ବ୍ରାଞ୍ଚର ଭୁଲ ରିପୋର୍ଟ ଫଳରେ ଅଭିଯୁକ୍ତ ମାନେ ନିର୍ଦ୍ଦେଶରେ ଖୋଲାସ ହେବା, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆମଗାଁ ଆମ ବିକାଶ, ଜଳସେଚନ ବିଭାଗ, ଗ୍ରାମ୍ୟ ଉନୟନ ବିଭାଗ, ପଂଚାୟତରାଜ ବିଭାଗରେ ବ୍ୟାପକ ପିସି କାରବାର ହେଉଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିବା, ଓଡିଶାରେ ଚିଟଫଣ୍ଡ ଦୁର୍ନିତିରେ ବହୁ ବିଜେଡି ସାଂସଦ ଓ ନେତା ସଂପୃକ୍ତି ହେବା ପ୍ରଭୃତି ଅଭିଯୋଗ ସଂର୍ପରେ ରାଜ୍ୟ ସରକାର ଜବାବ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ରେଳ ବିଭାଗ ପକ୍ଷରୁ ଆଗାମୀ ଦିନରେ ୫୦କୋଟି ଟଙ୍କା ବ୍ୟୟରେ ୨ଟି ଓଭରବ୍ରିଜ୍, ୧ଟି ଅଣ୍ଡର ପାସ୍, ଜଳେଶ୍ୱର ଷ୍ଟେସନର ପ୍ଲାଟଫର୍ମ ଉନ୍ନତିକରଣ, ବିଭିନ୍ନ ଦ୍ରୁତଗାମୀ ଟ୍ରେନର ରହଣି ସଂପର୍କରେ ଶ୍ରୀ ପ୍ରଧାନ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଅନୁରୋଧ କ୍ରମେ ଦକ୍ଷିଣପୂର୍ବ ରେଳପଥର ଖଡଗପୁର ଡିଭିଜନ ଓ କୋଲକତା କତ୍ତିୁପକ୍ଷଙ୍କ ସହିତ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ବିଜେପି ଜିଲା ସଭାପତି ମଦନ ମୋହନ ଦତ୍ତଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକୟମରେ ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଶୋଭନା ମହାନ୍ତି, ରେମୁଣା ବ୍ଲକ ଅଧ୍ୟକ୍ଷ ତଥା ଦଳୀୟ ପର୍ଯ୍ୟବେକ୍ଷକ ସୁଶାନ୍ତ ପଟ୍ଟନାୟକଙ୍କ ସମେତ ବିଜେପି ଜିଲା କୃଷକ ମୋର୍ଚ୍ଚା ସଭାପତି ମହେନ୍ଦ୍ର ନାଥ ଦାସ, ବିଜେପି ନେତା ଶୁଭଙ୍କର ମହାପାତ୍ର, ଓବିସି ମୋର୍ଚ୍ଚା ନେତା ଧ୍ରୁବଚରଣ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଶାନ୍ତନୁ ପଟ୍ଟନାୟକ ଓ ଧ୍ରୁବ ଚରଣ ପାଳ, ଅଜୟ ପରିଡା, ରବିନ୍ଦ୍ର ଜେନ୍, ସିଦ୍ଧାର୍ଥ ଶଂକର ପାଳ, ପ୍ରାଣକୃଷ୍ଣ ଦେ, ବିଶ୍ୱରୂପ ଦାସ, ଦାନ୍ତୁନ ବିଜେପି ଶାଖା ସଭାପତି ମୁସ୍ତାକ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରମିଳା ସାମଲ, ଅଶୋକ ପରିଡା, ମାନସ ଦାସମହାପାତ୍ର, ଇପ୍ସିତା ଘଡେଇ, ଯୁବ ନେତା ଦିବ୍ୟକାମ ମହାନ୍ତି, ଫାଲ୍ଗୁନି ପାଣିଗ୍ରାହୀ, ମାନସ ପାଠୀ, ଜୟକୃଷ୍ଣ ଅଣ୍ଡିଆ, ମିଡିଆ ପ୍ରଭାରୀ ସୁବ୍ରତ ଘୋଷ, ଅନନ୍ତ ଦାସ, ବାସୁଦେବ ପଣ୍ଡା, ଦିନକୃଷ୍ଣ ଗିରି, ନଗେନ୍ଦ୍ର ପାତ୍ର ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ବିଭିନ୍ନ ଦଳରୁ ଇସ୍ତଫା ଦେଇ ଜଳେଶ୍ୱର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ, ପୂର୍ବତନ ସରପଂଚ ମନୋଜ କୁମାର ସାସମଲ, ଅତୁଲ ଜେନା ଓ କେଶବ ପ୍ରଧାନ, ପୂର୍ବତନ ସମିତି ସଭ୍ୟା ସବିତାରାଣୀ ସିଂ ଓ ହାରାଧନ ସିଂ, ଶିକ୍ଷାବିତ୍ ଗୋପାଳ ପ୍ରମାଣିକ, ମଧୁସୂଦନ ଦେ, ବିଜୟ ସାମଲ, କରୁଣାକର ଭୂୟାଁ, ରାମ ହାଁସଦା, ଜ୍ୟୋତ୍ସାରାଣୀ ମହାନ୍ତି ପ୍ରମୁଖ ସେମାନଙ୍କର ସମର୍ଥକଙ୍କ ସହିତ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ମିଶିଥିବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଦ୍ଧିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବାହ୍ନରେ ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆ ହେଲିପ୍ୟାଡଠାରେ ଅବତରଣ କରିବାପରେ ତାଙ୍କୁ ବିଜେପି ଯୁବମୋଚ୍ଚା କର୍ମୀ ମାନେ ଏକ ବିଶାଳ ମଟର ସାଇକେଲ୍ ର୍ୟାଲିରେ ଶାନ୍ତିଆସ୍ଥିତ ଷ୍ଟାଡିୟମ ସଭାସ୍ଥଳକୁ ଆସିଥିଲା ।
ରିପୋର୍ଟ : ଭୁପିତ କୁମାର ପରିଡା