ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ଜମାଳପୁର ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ଅଧ୍ୟକ୍ଷ ଆଇନ୍ଜିବୀ ବିନୋଦ କୁମାର ଗିରି ଏଥିରେ ସଭାପତିତ୍ୱ କରିଥିବା ବେଳେ ବିଶ୍ୱାନାଥ ଏକାଡେମୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଂଚାନନ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗୁରୁଶିଷ୍ୟ ପରମ୍ପରା ମଧ୍ୟରେ ଶିକ୍ଷ୍କମାନେ କର୍ତ୍ତବ୍ୟନିଷ୍ଠ ହୋଇ ମାଟି ପିଣ୍ଡୁଳାକୁ ଜୀବନଦାନ ଦେବାର ପ୍ରଚେଷ୍ଟା ରଖିଲେ ପ୍ରାଥମିକ ଶିକ୍ଷା ଉନ୍ନତ ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ରାଜ୍ୟର ନିମ୍ନମାଧ୍ୟମିକ ବିଦ୍ୟାଳୟର ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଖଗେନ୍ଦ୍ରନାଥ ସାହୁ ଯୋଗ ଦେଇ ଶିକ୍ଷାୟତନ ମଧ୍ୟରେ ଶିକ୍ଷକଙ୍କ ଶ୍ରେଣି ବିଭାଗ ରହିଥିବାରୁ ଶିକ୍ଷା ଦେବାରେ ଶିକ୍ଷକମାନଙ୍କର ମାନସିକତା ରହହୁନଥିବାର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଶୁଭସ୍ମିତା ଦାସ, ନିର୍ମଳ ଚନ୍ଦ୍ର ଦାସ, ରଂଜନ କୁମାର ପରିଡା ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଭବିଷ୍ୟତରେ ସେମାନେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସହକାରୀ ଶିକ୍ଷକ ସଂଯୁକ୍ତ ସାସମଲ ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ କବିତା ମହାନ୍ତି ବିବରଣୀ ପାଠ ଓ ଶିକ୍ଷୟତ୍ରୀ ଜ୍ୟୋତିଶିଖା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିଛାତ୍ରଥାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା