ଜଳେଶ୍ଵର ମୁନିସିପାଲିଟିର ବିଭିନ୍ନ ସମସ୍ୟା ନେଇ କଂଗ୍ରେସର ସମୀକ୍ଷା ବୈଠକ ସହ ଲୋଗ ଉନ୍ମୋଚନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ୱର ହୋଟେଲ ଇନ ପରିସରରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜଳେଶ୍ୱର ଟାଉନ ତରଫରୁ ମୁନିସିପାଲିଟିର କାର୍ଯ୍ୟାବଳୀ ସମ୍ପର୍କିତ ସମୀକ୍ଷା ବୈଠକ ଟାଉନ ସଭାପତି ରିୟାଜ ଖାଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଫେଇର ମହା ଘୋଟଲା, ହୁଲଡିଂ ବ୍ୟବସ୍ଥାର ପାତର ଅନ୍ତର, ପାଣି, ଲାଇଟ, ରାସ୍ତା, ଡ୍ରେନେଜ, ପାର୍କ, କଲ୍ୟାଣ ମଣ୍ଡପ ଇତ୍ୟାଦି ସହରୀ ସଭ୍ୟତାକୁ ବୁଝାଯାଏ, କିନ୍ତୁ ତାହା ଜଳେଶ୍ୱର ପାଇଁ ସ୍ବପ୍ନ । ନିମ୍ନମାନର ରାସ୍ତା କାମ ଯାହାକି, ସାମାନ୍ୟ ବର୍ଷାରେ ରାସ୍ତାରୁ ଚିପ୍ସ ବାହାରି ଗଲାଣି । ପ୍ରତେକ କାର୍ଯ୍ୟର ମନ ଇଚ୍ଛା  ବିଲ ହେଉଛି । ଇଲେକ୍ଟ୍ରିକାଲ ଡିଭିଜନ ତରଫରୁ ଯେଉଁ ଆଇ.ପି.ଡି.ଏସ ଯୋଜନା କାର୍ଯ୍ୟ ହେବା କଥା କିନ୍ତୁ ତାହା ଏତେ ସପନକୁ ରାତି କାହିଁ ବୋଲି ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବରିଷ୍ଠ ଆଇନଜୀବୀ ସତ୍ୟସୁନ୍ଦର ଦାସ, ଗିରିଜା ଶଙ୍କର ଦାସ, ଦେବିଦାସ ଗିରି, ଜଗଦୀଶ ନନ୍ଦୀ, ଚିତ୍ତରଞ୍ଜନ ସାହୁ ରାଜିବ କୁମାର ପରିଡ଼ା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚି ନାରାୟଣ ଭୂୟାଁ, ବିରଜା ଶଙ୍କର ପାଠୀ, ବିନୋଦ ଦାସ, ପ୍ରତିପ ଭଞ୍ଜ, ରଂଗୀତ ଗିରି, ହରି ପଣ୍ଡା, ଏହିପରି ୧୭ ଟି ୱାର୍ଡରୁ କର୍ମକର୍ତ୍ତା ଯୋଗଦାନ କରି ଏହାର ମୁକାବିଲା ପାଇଁ ଆଗାମୀ ଦିନରେ ଜବାବ ମଗାଯିବ ବୋଲି କର୍ମୀମାନେ କହିଥିଲେ । ଶେଷରେ ବରିଷ୍ଠ କଂଗ୍ରେସ ନେତାମାନଙ୍କ ଦ୍ୱାରା “ମୁଁ ମାଗୁଛି ହିସାବ, ଆପଣ ମାନେ ମାଗନ୍ତୁ ହିସାବ”ର ଲୋଗ ଉନ୍ମୋଚନ ହୋଇଥିଲା ।