ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଅଞ୍ଚଳରେ କରୋନା ସଂକ୍ରମଣ ଉଗ୍ରରୂପ ନେବାରୁ ଦେଉଳି ପଞ୍ଚୁଘଣ୍ଟା ୬ ନମ୍ବର ଓ୍ବାର୍ଡକୁ ତା-୨୦/୭/୨୦ ରିଖ ସକାଳ ୫ ଟା ରୁ ତା-୨୭/୭/୨୦ ରିଖ ସକାଳ ୫ଟା ପର୍ଯ୍ୟନ୍ତ ବାଲେଶ୍ଵର ଜିଲ୍ଲାପାଳ କେ ଶୁଦର୍ଶନ ଚକ୍ରବର୍ତ୍ତୀ ସଙ୍ଗରୋଦ୍ଧ କ୍ଷେତ୍ର ଭାବେ ଘୋଷଣା କରିବା ପରେ ବିଭିନ୍ନ ସେବା ଏକ ପ୍ରକାର ବନ୍ଦ ହୋଇ ଯାଇ ଥିଲା । ଜନସାଧାରଣ ଗାଁରୁ ବାହାରି ନ ପାରିବାରୁ ବ୍ୟାଙ୍କକୁ ଟଙ୍କା ଉଠେଇବାକୁ ଯାଇ ପାରୁ ନ ଥିଲେ, ସେମାନଙ୍କର ଅଭିଯୋଗ କ୍ରମେ ପ୍ରଶାସନର ଚେଷ୍ଟା ଫଳରେ ଆଜି ପୂର୍ବାହ୍ନରେ ଇଉକୋ ବ୍ୟାଙ୍କ ତରଫରୁ ଏକ ଭ୍ରାମ୍ୟମାଣ ଏଟିଏମ ସେବା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟରେ ବାଲେଶ୍ଵର ଇଉକୋ ବ୍ୟାଙ୍କ ପ୍ରବନ୍ଧକ ଶଙ୍କର ପ୍ରସାଦ ମାଝୀ, ଏଲଡିଏମ ସୁଦୀପ ଡାକୁଆ ଉପସ୍ଥିତ ଥିବାବେଳେ ଜଳେଶ୍ଵର ପୌର ଅଧିକାରୀ ଅଜୟ କୁମାର ମହାପାତ୍ର, ହାତିଗର୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ, ଅନ୍ୟ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ପୌର କର୍ମଚାରୀ, ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ଏବଂ ସେ ଅଞ୍ଚଳର ଜନସାଧାରଣ ଟଙ୍କା ଉଠାଇ ଖୁସି ଅନୁଭବ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା