ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀ କୂଳରେ ଏବଂ ଜଳେଶ୍ୱର ସହରର ପଶ୍ଚିମ ତଥା ଦକ୍ଷିଣ ଦିଗରେ ସୁବର୍ଣ୍ଣରେଖା ନଦୀ ପ୍ରବାହିତ ହେଉଥିବାରୁ ଆଗାମୀ ଦିନରେ ବର୍ଷା ଓ ବନ୍ୟାରେ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଆଜି ଜଳେଶ୍ବର ସଚେତନ ମଞ୍ଚ ଓ ଜଳେଶ୍ୱର ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୁବର୍ଣ୍ଣରେଖାର ବନ୍ୟା ବିଭିନଦ୍ନ ବର୍ଷରେ ଜଳେଶ୍ୱର ସହରକୁ ଛାରଖାର କରିଥିବା ବେଳେ ୨୦୦୮ର ଭୟଙ୍କରୀ ବନ୍ୟା ଧ୍ୱସ୍ତ ବିଧ୍ୟାସ୍ତ କରିଥିଲା । ପ୍ରାୟ ୩ମାସ ଧରି ଯାନ ଚଳାଚଳ ବଂଦ ହୋଇଥିବା ବେଳେ ବନ୍ୟାବେଳେ ପକ୍କାଘରର ଗୋଟିଏ ମହଲା ପାଣିରେ ବୁଡିଯାଇଥିଲା । ତେଣୁ ଜଳେଶ୍ୱର ମ୍ୟୁନିସିପାଲଟି ଓ ଆଖପାଖ ୫ଟି ପଞ୍ଚାୟତକୁ ସୁରକ୍ଷା ଦେବାଲାଗି ଦାବୀ ଆରମ୍ଭ ହୋଇଥିଲା ଜଳେଶ୍ୱର ରିଂ ବନ୍ଧ । ପ୍ରାୟ ୧୮ କୋଟି ଟଙ୍କା ବ୍ୟାୟରେ ଜଳେଶ୍ୱର ସହର ନିକଟ ସୁବର୍ଣ୍ଣରେଖା ନଦୀର ରିଂ ବନ୍ଧ କରାଯିବା ଲାଗି ବିଭିନ୍ନ ସଂଗଠନ ଓ ରାଜନେତାଙ୍କ ପ୍ରଚେଷ୍ଟାରେ ହୋଇଛି । ରାଜ୍ୟ ସରକାରଙ୍କ ଉଚ୍ଚବୈଷୟିକ କମିଟି ୨ବର୍ଷ ପୂର୍ବରୁ ଏହି ରିଂ ବନ୍ଧକୁ ଅନୁମୋଦନ କରିଥିଲେ ମଧ୍ୟ ଏହା ସରକାରଙ୍କ ନିଲିଫିତା ତଳେ ବନ୍ଧା ପଡିଛି । ୨ଟି ପ୍ରକଳ୍ପ ମଧ୍ୟରେ ଗୋବରଘଟା ଟିଆର୍ଇ ଓ ଲକ୍ଷ୍ମଣନାଥ-ପୀରହାଟ ଟିଆର୍ଇ ଲାଗି ୮ କୋଟି ୬୧ଲକ୍ଷ ୩୫ହଜାର ଓ ଅନ୍ୟ ଏକ ପ୍ରକଳ୍ପ ସେକ୍ବାର୍ଡ ଟିଆର୍ଇ, ସେକ୍ବଜାର-ସେକସରାଇ ଟିଆର୍ଇ ଲାଗି ୯ କୋଟି୮୧ଲକ୍ଷ୬୦ହଜାର ଟଙ୍କା ମଞ୍ଜୁର ଲାଗି ୧୨୦ତମ ଟିଏସ୍ଇ ଜଳସେଚନ ବିଭାଗକୁ ପଠାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଆଜି ଜଳେଶ୍ୱରର ସଚେତନ ନାଗରିକ ମଞ୍ଚ ଓ ବିକାଶ ପରିଷଦ ପକ୍ଷରୁ ମନୋରଂଜନ ଦାସ, ଆଶିଷ କୁମାର ଗିରି, ଚନ୍ଦ୍ରମୋହନ ରାଉଳ, ସୁକୁମାର ରଣା, ସୁଦାମ ପାତ୍ର, ହାଂଡିବନ୍ଧୁ ବେହେରା, ମୃତ୍ୟୁଞ୍ଜୟ ଜେନା, ଜଗଦୀଶ ବେହେରା ପ୍ରମୁଖ ଏକ ୬ଦକ୍ଷା ଦାବି ନେଇ ଜଳସେଚନ ବିଭାଗର ଏସ୍ଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଛି । ବନ୍ୟାପୂର୍ବରୁ ନଦୀବନ୍ଧ ମରାମତି, ପଥର ପେକିଂ କାର୍ଯ୍ୟ ଶେଷ, ନଦୀବନ୍ଧକୁ ଜବରଦଖଲମୁକ୍ତ, ପଶ୍ଚିମବଙ୍ଗ ସୀମାରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ସୁଦୃଢ ବନ୍ଧ କରାଯାଇ ତା ଉପରେ ଗମନାଗମନର ବ୍ୟବସ୍ଥା ଏବଂ ସୁଇସ୍ଗେଟ୍ର ମରାମତି କରିବାକୁ ସେମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା