
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଞ୍ଚଳର ବହୁ ବ୍ୟକ୍ତି ରାଜ୍ୟ ବାହାରେ ଓ ଦେଶ ବାହାରେ କାର୍ଯ୍ୟ କରି ଆସୁଥିବା ବେଳେ ଏବେ ବିଶ୍ୱବ୍ୟାରପି କରୋନା ସଂକ୍ରମଣ ଯୋଗୁଁ ଘରମୁହଁ ହୋଇଛନ୍ତି । ଅଦ୍ୟବଧି ବିଦେଶରେ ରହୁଥିବା ୧୨ଜଣ ଓ ଅନ୍ୟ ରାଜ୍ୟରେ ରହୁଥିବା ୨୩ଶହ ବ୍ୟକ୍ତି ଘରକୁ ଫେରି ସରକାରଙ୍କଠାରେ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ ସେମାନେ ଗାୋଁର ରହୁ ଥିବାରୁ ଏଥିନେଇ ବାକ୍ବିତଣ୍ଡା, ମାଡଗୋଳ ଏପରିକି ପ୍ରଶାସନ ନିକଟକୁ ବହୁ ଅଭିଯୋଗ ଆସିଛି । ତେଣୁ ବାଲେଶ୍ୱର ଜିଲାର ପ୍ରଥମ ପର୍ଯ୍ୟାୟରେ ବ୍ଲକ ଓ ମ୍ୟୁନିସିପାଲଟି ଅଂଚଳରୁ ପ୍ରଶାସନକୁ ସହଯୋଗ କରିଥିବା ବିଦେଶରେ ରହୁଥିବା ୧୨ଜଣଙ୍କ ମଧ୍ୟରୁ ୪ଜଣ ଓ ଅନ୍ୟ ରାଜ୍ୟରେ ରହୁଥିବା ୨୩ଶହଙ୍କ ମଧ୍ୟରୁ ୧୦ଜଣଙ୍କ ରକ୍ତ ନମୁନା ପରୀକ୍ଷାପାଇଁ ଗତ ୧୪ ତାରିଖରେ ପଠାଯାଇଥିଲା । ଗତ ୧୭ ତାରିଖ ସଂଧ୍ୟାରେ ଏମାନଙ୍କ ରକ୍ତ ନମୁନା ନେଗେଟିଭ୍ ଥିବା ଜଣାପଡିଛି । ଏହା ଜଣାଯିବା ପରେ ଜଳେଶ୍ୱର ବାସୀ ଆସ୍ୱସ୍ତ ହୋଇଥିଲେ ମଧ୍ୟ ଅବଶିଷ୍ଟ ଲୋକଙ୍କର ରକ୍ତ ନମୁନା ପରୀକ୍ଷା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା