ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସଂଧ୍ୟାରେ ଜଳେଶ୍ୱର ଷ୍ଟେସନର ୨ନଂ ପ୍ଲଟଫର୍ମରେ ଡାଉନ୍ ଭିଲୁପୁରମ୍ – ପୁରୁଲିଆ ସୁପରଫାଷ୍ଟ ସାପ୍ତାହିକ ଟ୍ରେନ୍ ପ୍ରଥମଥର ପାଇଁ ଅଟକିଲା ବେଳେ ଯାତ୍ରୀମହଲରେ ଆନନ୍ଦ ପ୍ରକାଶ ପାଇଛି । ଜଳେଶ୍ୱର ରେଳ ୟୁଜସିର ଆସୋସିଏସନର ସଭ୍ୟମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ଟ୍ରେନ୍ର ଡ୍ରାଇଭର ଓ ଗାର୍ଡଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ଟେନ୍ରେ ଉପସ୍ଥିତ ସମସ୍ତ ଯାତ୍ରୀମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ଏସୋସିଏନସ୍ ପକ୍ଷରୁ ବରିଷ୍ଠ ଆଇନଜିବୀ ସତ୍ୟ ସୁନ୍ଦର ଦାସ, ରାମଚନ୍ଦ୍ର ଜେନା, ସୁକୁମାର ରଣା, ସତ୍ୟ ନାରାୟଣ ଦାସ, ସତ୍ୟେନ୍ ସାମନାଗ, ଡ. ରଂଜନ କୁମାର କର, ଅବନୀ ଚାନ୍ଦ, ରବିନ୍ଦ୍ର ନାଥ ସେନାପତି, ସେକ୍ ଅବଦୁଲ ରହିମ୍, ଭାଷ୍କର ଚନ୍ଦ୍ର ମିଶ୍ର, ସତ୍ୟବ୍ରତ ସୋମ୍, ଘନଶ୍ୟାମ ଗିରି, ଗୌରଗୋପାଳ ସେଣ, ସଂଜୟ ଦାସ, ଭଗୀରଥ ନାଥ, ଅଶ୍ୱିନୀ ନାଥ, ନବୀନ କୁମାର ନାୟକ, ରିଆଜ୍ ଖାଁ, ବିରଞ୍ଚି ଭୂୟାଁ, ଭୋଳାନାଥ ଗିରି, ସୁଧିର ମହାନ୍ତି, ଆଦିତ୍ୟ ପାତ୍ର, ଅରୂପ କର, ସତ୍ୟରଞ୍ଜନ ରଣା, ଶରତ ଚନ୍ଦ୍ର ପରିଡା, ମନୋଜ ଭୂୟାଁ, ସୁଶାନ୍ତ ପ୍ରଧାନ, ରବିନାରାୟଣ ପାତ୍ର, ରାଜେଶ ଠକ୍କର ପ୍ରମୁଖ ଉପସ୍ଥିତ ଶତ ଶତ ବ୍ୟକ୍ତି ଉପସ୍ଥିତ ଥିଲେ । ଜଳେଶ୍ୱର ବାସୀଙ୍କ ପକ୍ଷରୁ ସାଂସଦ ଇଂ ରବୀନ୍ଦ୍ର ଜେନା ଏହି ରେଳର ରହଣି ନିମନ୍ତେ ପ୍ରଚେଷ୍ଟା ଜାରି କରିଆସିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଦକ୍ଷିଣପୂର୍ବ ରେଳବାଇର ଜିଏମ୍, ଡିଆର୍ଏମ୍, ଷ୍ଟେସନ ମ୍ୟାନେଜରଙ୍କ ମଧ୍ୟ ସ୍ଥାନୀୟ ଜଳେଶ୍ୱର ବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇ ଦିଆଯାଇଥିଲା । ସେହିପରି ଭାରତୀୟ ଜନତାପାର୍ଟି ପକ୍ଷରୁ ସିଦ୍ଧାର୍ଥ ସେଖର ପାଳ, ମାନସ ପାଠୀ, ସୁବ୍ରତ ଘୋଷ, ଫାଲ୍ଗୁନୀ ପାଣିଗ୍ରାହୀ, ରାଜେଶ୍ ସାହୁ, ତ୍ରିଦୀପ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ବିଜେପିର କର୍ମୀମାନେ ଏହି ରହଣି ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା