
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗଣ ମାଧ୍ୟମର ପ୍ରତିନିଧି ମାନେ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଖବର ସଂଗ୍ରହ କରି ମୂଦ୍ରିତ ଓବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟରତ ସମ୍ବାଦିକ ମାନେଖବର ପରିବେଷଣ କରୁଥିବା ବେଳେ ସେମାନଙ୍କର ସୁରକ୍ଷା ପାଇଁ ସରକାର ଆଇନ ପ୍ରଣୟନ କରିବା ତଥା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜାତୀୟ ପ୍ରେସ୍ ଦିବସପାଳନ ଅବସରରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତକରିଛନ୍ତି । ନଭେମ୍ବର ୧୬ ଗୁରୁବାର ଦିନ ଜଳେଶ୍ୱର ବ୍ଲକସମ୍ମିଳନୀ କକ୍ଷରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ନାଥ ନାପତିଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଳେଶ୍ୱର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଜଳେଶ୍ୱର ଥାନା ଆଇ.ଆଇ.ସି ପ୍ରଦୀପ ମାଝୀ, ସାମାଜିକ କର୍ମୀ ଅରୁଣ ବେଜ, ସରପଞ୍ଚ ଯତୀନ୍ଦ୍ରନାଥ ମହାନ୍ତି, ବରିଷ୍ଠ ସାମ୍ବାଦିକ ଜୀବନକୃଷ୍ଣ ଦାସ ଅଧିକାରୀ, ସାମ୍ବାଦିକ ଶ୍ରୀକୃଷ୍ଣ ଗୁପ୍ତା ପ୍ରମୁଖ ଯୋଗଦେଇ ଜାତୀୟ ପ୍ରେସ୍ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ସାମ୍ବାଦିକ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ, ସତ୍ୟବ୍ରତ ସୋମ, ଶମ୍ଭୁନାଥ ଗୁପ୍ତା, ଅଜୟ ଚକ୍ରବର୍ତୀ, ଶମ୍ଭୁନାଥ ଦାସ, ଗୋପବନ୍ଧୁ ସାହୁ, ନିମାଇଁ ପାତ୍ର ଓ ରାଧାଗୋବିନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଦସ୍ୟ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ବିଭୁତି କୁମାର ପରିଡା