
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜାତୀୟ ରକ୍ତଦାନ ଦିବସରେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଜଳେଶ୍ୱର ବ୍ଲକ ରକ୍ତଦାତା ସଂଘ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ସଂଘର ସଭାପତି ଡ. ଅଜିତ୍ କୁମାର ମହାନ୍ତି ପୌରହିତ୍ୱ କରି ଜଳେଶ୍ୱର ବ୍ଲକରୁ ଚଳିତବର୍ଷ କୋଭିଦ୍-୧୯କୁ ଆଖିରେ ରଖି ଥାଲାସେମିଆ, ଦୁର୍ଘଟଣା ଜନିତ ବ୍ୟକ୍ତି ଓ ପ୍ରସୂତୀ ମାନଙ୍କ ଲାଗି ଆବଶ୍ୟକତା ହେଉଥିବା ରକ୍ତ ସଂଗ୍ରହରେ ଉଚିତ୍ ପଦକ୍ଷେପ ନେଇଥିବା ସଂପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଜିଲାର ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ରକ୍ତଦାନକୁ ଉଚ୍ଚ ପ୍ରଶଂସା କରି ରକ୍ତଦାନ ଏକ ମହାପୂର୍ଣ୍ଣ ବୋଲି କହିଥିଲେ । କୋଭିଦ୍-୧୯ ସମୟରେ ରକ୍ତଦାତା ଓ ରକ୍ତାଦନ ଶିବିରର ଆୟୋଜକ ତଥା ବିଭିନ୍ନ ସଂଗଠନ ଯେପରି ଏପରି ଏକ ମହତ୍ କାର୍ଯ୍ୟକୁ ଆପଣେଇ ନେଇଥିଲେ ସେଥିପାଇଁ ମୁଖ୍ୟ ଅତିଥି ତଥା ବାଲେଶ୍ୱର ଦାତା ସଂଘ ସଭାପତି ଶ୍ରୀ ଚକ୍ରବର୍ତ୍ତୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତାଭାବେ ଜିଲା ସଂଘ ଉପସଭାପତି ସୁକୁମାର ରଣା ଜଳେଶ୍ୱରର ୩୫ଟି ପଂଚାୟତର ଓ ମ୍ୟୁନିସିପାଲଟିର ୧୭ଟି ୱାର୍ଡରେ ବର୍ଷକୁ ଥରେ ଲେଖାଏଁ ରକ୍ତଦାନ ଶିବିର ଆୟୋଜନ କରିପାରିଲେ ସମସ୍ତ ହୃଦୟକୁ ସଚେତନତା ଛୁଇଁପାରିଲେ ୋବାଲି କହିଥିଲେ । ସମ୍ମାନୀତ ଅତିଥିଭାବେ ମନୋରଂଜନ ଦାସ, ଅଶୋକ ଦାସ, ଶରତ ଚନ୍ଦ୍ର ପରିଡା, ବିରଞ୍ଚି ଭୂୟାଁ, ଆଶିଷ କୁମାର ଗିରି, ସୌମ୍ୟସାଗର କାମିଳା, ସୁବିର ସେନାପତି, ଚନ୍ଦ୍ର ମୋହନ ରରଉଳ, ଜଗଦୀଶ ବେହେରା, ହରେକୃଷ୍ଣ ଜେନା, ରବିନ୍ଦ୍ର ବାରିକ, ରବିନ୍ଦ୍ର ସେନାପତି, ସତ୍ୟବ୍ରତ ସୋମ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବ୍ଲକ ସଂପାଦକ ସୁବ୍ରତ କୁମାର ରଣା ମଂଚ ଆହ୍ୱାନ, ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।