ଜଳେଶ୍ୱରରେ ଡେଙ୍ଗୁ ଆତଙ୍କ : ରୋଗୀ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଜଣେ ଯୁବକଙ୍କୁ ଡେଙ୍ଗୁ ହୋଇଥିବାର ଚାଞ୍ଚଲ୍ୟକର ଖବର ମିଳିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବିରିଶପୁର ଗାଁର ହରିପଦ ଗିରିଙ୍କ ପୁଅ ବିଶେଶ୍ୱର ଗିରି(୨୧) ହାଇଦ୍ରାବାଦରେ କାର୍ଯ୍ୟ କରିଆସୁଥିଲା । ହଠାତ୍ ସେଠାରେ ତାଙ୍କ ପ୍ରବଳ ଜ୍ୱର, ମୁଣ୍ଡଦେହ ଯନ୍ତ୍ରଣା ହେବାରୁ ସେଠାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଡେଙ୍କୁ ହୋଇଥିବାର ସେଠାକାର ଡାକ୍ତର କହିଥିବା ପ୍ରକାଶ । ସେ ଆଜି ଗାଁକୁ ଆସୁଥିବା ଜଣାଯିବା ପରେ ଲକ୍ଷ୍ମଣନାଥ ଅଂଚଳରେ ଆତଙ୍କ ଖେଳି ଯାଇଛି । ଆଜି ସରପଂଚଙ୍କ ପ୍ରତିନିଧି ବ୍ରଜଗୋପାଳ ଓରଫ ହରିଭାଇ ଘଟଣା ଜାଣିବା ପରେ କଟକରେ ତାଙ୍କୁ ଅପେକ୍ଷା କରିଥିଲେ । ସେଠାରୁ ତାଙ୍କୁ ନିଆଯାଇ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଓ ଆତଙ୍କିତ ନ ହେବା ପାଇଁ କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା