ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଗ୍ରାମାଞ୍ଚଳ ଡ୍ରଗସ୍ ଇନିସ୍ପେକ୍ଟର ଶ୍ରୀମତୀ ଜ୍ଞାନେନ୍ଦୁ ନନ୍ଦ ହଠାତ୍ ଜଳେଶ୍ୱରରେ ପହଞ୍ଚି କେତେକ ଔଷଧ ଦୋକାନ ଓ ହୋଲସେଲ ଔଷଧ କୋଦାନ ଉପରେ ଚଢାଉ କରିଥିଲେ । ଜଳେଶ୍ୱର ଅଂଚଳରେ କେତେକ ଔଷଧ ଦୋକାନରେ ଆପତ୍ତିଜନକ ଔଷଧ ବିକ୍ରି ହୋଇ ଆସୁଥିବାର ଅଭିଯୋଗ କ୍ରମେ ସେ ଆଜି ପୂର୍ବାହ୍ନରେ ଜଳେଶ୍ୱର ଅବକାରୀ ବିଭାଗ କର୍ମକର୍ତ୍ତାଙ୍କ ସହିତ ଏହି ଚଢାଉ ଜାରିରଖିଥିଲେ । ରାଜ୍ୟ ଡ୍ରଗ୍ସ୍ କଣ୍ଟୋଲର ଓ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମତୀ ନନ୍ଦଙ୍କ ସହିତ ଅବକାରୀ ବିଭାଗର ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ମିନତୀ ଜେନା, ଷ୍ଟେସନବଜାରସ୍ଥିତ ସିଲା ମେଡିସନ୍ ହୋଲସେଲ୍, ଦିପା ମେଡିସିନ ହୋଲସେନ୍ ଓ ବାସୁଦେବ ଫାର୍ମାସିଟ୍ୟୁକାଲର ଗୋଦାନ ଚଢାଉ କରି କେତେକ ନମୁନା ସଂଗ୍ରହ କରିଥିଲେ । ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ସମ୍ମୁଖରେ ଥିବା ରାଜୁଭାଇ ମେଡିସିନ୍ ଷ୍ଟୋର, ସୁବାସିନୀ ଫାର୍ମା, ରାଜ ଏଜେନ୍ସି, ସୁବୁସିନୀ ମେଡିସିନ୍ ଷ୍ଟୋର, ସାଇକୃପା ମେଡିସିନ ଷ୍ଟୋର, ତାରିଣୀ ମେଡିସିନ ଷ୍ଟୋର, ଆର୍ଶିବାଦ ମେଡିସିନ ଷ୍ଟୋର, ଦୁର୍ଗା ମେଡିକାଲ, ରତ୍ନମଣୀ ମେଡିସିନ ଷ୍ଟୋର ଓ ରିତ୍ପ୍ରକାଶ ମେଡିସିନ ଷ୍ଟୋରକୁ ଯାଞ୍ଚ କରିଥିଲେ । ଉପାନ୍ତ ଅଂଚଳ ହୋଇଥିବାରୁ ପଶ୍ଚିମ ବଂଗର କେତେକ ଔଷଧ ବିନା ଟିକସ୍ରେ ବିକ୍ରି ହୋଇଥିବା ସଂପର୍କରେ ସେ ବଚାରି ବୁଝିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା