ଜଳେଶ୍ୱରରେ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳିତ…

ଜଳେଶ୍ୱର(ସମୃଦ୍ଧ ଓଡିଶା )୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ବିଜୁ ଜନତା ଦଳ ପ୍ରତିଷ୍ଠା କରାଯାଇଥିବା ବେଳେ ୨୧ ବର୍ଷ ପରେ ସରକାରଙ୍କ ଜନହିତକର କାର୍ଯ୍ୟର ଆଜି ହେଉଛି ସମୀକ୍ଷାର ଦିବସ ବୋଲି ବିଜେଡି ନେତୃବୃନ୍ଦ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଶାନ୍ତିଆ ଷ୍ଟାଡିୟମ ପଡିଆ ଠାରେ ଟାଉନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୧ତମ ପ୍ରତିଷ୍ଠା ଦିବସ ପାଳନ ସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ଓଡିଶାବାସୀଙ୍କ ପ୍ରତିବଦ୍ଧତାକୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଶ୍ରେଷ୍ଠ ଓଡିଶା ଗଠନ କରିବା ପାଇଁ କର୍ମୀମାନେ ଶପଥ ନେବାକୁ ଆହ୍ୱାନ କରିଥିଲେ । ଦଳର କର୍ମୀମାନେ ହେଉଛନ୍ତି ଆଖିର ପୁଅ, ତେଣୁ ସେମାନେ ଦଳ ପାଇଁ ମହାନ । କର୍ମୀ ନେତାଙ୍କୁ କ୍ଷମତାର ମୁକୁଟ ପିନ୍ଧାଇଥାଏ, ତେଣୁ ସେମାନେ ହେଉଛନ୍ତି କିଙ୍ଗ୍ ମେକର୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ ରଥ ଚକ୍ରକୁ ବୁଲାଇ ଶ୍ରେଷ୍ଠ ଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସେ ଆମ ଜାତି ପାଇଁ ଗୈାରବ ବହନ କରିଛନ୍ତି । ବିଶ୍ୱ ହକି ଖେଳରେ ଭୁବନେଶ୍ୱର ବିଶ୍ୱ କ୍ରୀଡା ଇତିହାସରେ କ୍ରୀଡା ରାଜଧାନୀ ଭାବେ ମାନ୍ୟତା ପାଇଛି । ଆମ ରାଜ୍ୟକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବିଶାଳ ସମାବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ଶ୍ରୀ ପାତ୍ର କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ସଭାରେ ପଂଚାୟତ ସମିତି ଅଧ୍ୟକ୍ଷା ସବିତା ରାଣୀ ଦଳାଇ, ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ମହିଳା ବିଜୁ ଜନତା ଜିଲ୍ଲା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ, ପୂର୍ବତନ କାଉନସିଲର ପ୍ରତୀପ କୁମାର ପ୍ରଧାନ, ବସ୍ତା ବ୍ଲକ ସଭାପତି ଅନାଦି ଦାସ, ସମିତି ସଦସ୍ୟ ଗିରିଜା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କନିଷ୍କ ବୋଧିସତ୍ୱ ଦାସ, ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ସରପଂଚ ସୁନୀଲ ସେନାପତି, ରାମଚନ୍ଦ୍ର ରାଉତ, ପୂର୍ବତନ ସରପଂଚ ଅଜୟ କୁମାର ମହାନ୍ତି, ଦିଲ୍ଲୀପ ସାମଲ, ସାଂସଦ ପ୍ରତିନିଧି ଗୋବିନ୍ଦ ସାହୁ, ଟାଉନ ସଂପାଦକ ବିଜୟ କାମିଳା, ଟାଉନ ଯୁବ ସଭାପତି ସଂଜୀବ ପାଳ, ସେକ ଅବଦୁଲ ରହିମ, ଗୈାରହରି ଜେନା, ଅର୍ଚ୍ଚନା ଗିରି, ମୀର ଆବାସ ଅଲ୍ଲୀ ପ୍ରମୁଖ ଯୋଗଦେଇ ଦଳର ଆଭିମୁଖ୍ୟକୁ ଲୋକମାନଙ୍କ ପାଖକୁ ନେଇଯିବା ହେଉଛି ପ୍ରତିଷ୍ଠା ଦିବସର ଉଦ୍ଦେଶ୍ୟ ବୋଲି କହିଥିଲେ । ଶେଷରେ ସମିତି ସଦସ୍ୟ ରାଜେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା