ଜଳେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବର ୪ର୍ଥ ସନ୍ଧ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳର ପରମ୍ପରା ଓ ନୌବାଣିଜ୍ୟର ଇତିହାସକୁ ସ୍ମରଣ କରିବାପାଇଁ ପ୍ରତିବର୍ଷପରି ଚଳିତବର୍ଷ ଜଳେଶ୍ୱର ସାହିତ୍ୟ ସଂସଦ ଓ ରାଜପୁର-ଶିଖରପୁର ପଂଚାୟତବାସୀଙ୍କ ପକ୍ଷରୁ ସୁବର୍ଣ୍ଣରେଖାର ନଦୀଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଗତ ୧୨ତାରିଖରୁ ଚାଲିଆସୁଥିବା ଉକ୍ତ ମେଳାର ୪ର୍ଥ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବସମାଜସେବୀ ସିଦ୍ଧାର୍ଥ ଶଂକର ପାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଉପଜିଲାପାଳ ନିଲୁ ମହାପାତ୍ର ଓ ମୁଖ୍ୟ ବକ୍ତାଭାବେ ସ୍ତମ୍ବକାର ତଥା କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତ ରହି ନଦୀର ସୁରକ୍ଷା ସଂପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିବା ସହ ଏହାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ସମାଜସେବୀ ଅରୁଣ ବେଜ, ଆଇନ୍ଜିବୀ ଅଶୋକ ଦାସ, ମନୋରଂଜନ ସାହୁ, ସୁବଲ ଚନ୍ଦ୍ର ପରିଡା, କମିଟିର ସଭାପତି ସୁନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ସଂପାଦକ ତପନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ କମଳାକାନ୍ତ ଦେ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା