ଜଳେଶ୍ୱରରେ ବ୍ଲକ ସ୍ତରୀୟ ଜିଲା ପ୍ରଶାସନର ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସୋମବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୭୫ଟି ବିଭିନ୍ନ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ବାଲି ପରିବହନ ସର୍ବାଧିକ ହୋଇଛି ବୋଲି ଜଣାଯାଇଛି । ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ବି ଯୁଗଳ କିଶୋର ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ସେ ଗୁଡିକ ତଦନ୍ତ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପିଡି ରାମଚନ୍ଦ୍ର ଜେନା, ଉପଜିଲାପାଳ ନିଲୁ ମହାପାତ୍ର, ସିଡିଏମ୍‌ଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ବିଡିଓ ଦିପ୍ତିରଂଜନ ସେଠୀ, ତହସିଲଦାର କ୍ଷିରୋଦ କୁମାର ପଣ୍ଡା, ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଜିଲା ଯୋଗାଣ ଅଧିକାରୀ ରବିନାରାୟଣ ପୃଷ୍ଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ବିଜୟ କୁମାର ଦାସ, କୃଷି ବିଭାଗର ଶରତ ଚନ୍ଦ୍ର ସେଠୀ, ରାଜଲକ୍ଷ୍ମୀ ମହାନ୍ତି, ଏବିଇଓ ବନବିହାରୀ ଦାସ ଅଧିକାରୀ, ପୌରପରିଷଦ ସିଇଓ ଜ୍ୟୋସ୍ନାରାଣୀ ପତି, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ର ଇଂ ପ୍ରଦ୍ୟୁମ୍ନ କୁମାର ଦାଶ, ନେସ୍କୋ ଏସ୍‌ଡିଓ ଭୂବନ ମୋହନ ସାହୁ, କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ଇଂ ଅଜୟ ମହାନ୍ତି, ମାର୍କେଟଂ ଇନିସ୍‌ପେକ୍ଟର ସାଗରିକା ରାଉତରାୟ, ପୁର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ପଣ୍ଡା ଓ ସହକାରୀ ଯନ୍ତ୍ରି ଇଂ ଗୋରୀଚରଣ ଗିରି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଶୁଣାଣୀ ସମୟରେ ଜିଲାପାଳଙ୍କୁ ସହଯୋଗ କରିଥିଲେ । ପ୍ରାୟ ୧୪୩ବର୍ଷ ପୁରୁଣା ଲକ୍ଷ୍ମଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁରାବସ୍ଥା ସୁଧାରିବାଲାଗି ଏସ୍‌ଏମ୍‌ସି ସଭାପତି ଉତ୍ପଳ କୁମାର ମହାନ୍ତି, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜଳେଶ୍ୱର ବିକାଶ ପରିଷଦ ସଂପାଦକ ମନୋରଂଜନ ଦାସ ଜଳେଶ୍ୱରରେ ଅଗ୍ନିସେବାକେନ୍ଦ୍ରକୁ ଅଧିକ ଯନ୍ତ୍ରପାତ ଯୋଗାଇବା, ନିଜ ନାବାଳିକା ଝିଅକୁ ଅପହରଣ କରିବାର ଏକ ମାସ ବିତିଥିଲେବି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାେରେ ବାଲିଆପାଳ ଅଂଚଳ ଆରତୀ ଧଳ, ୫୭ରାଜ୍ୟ ରାଜପଥ ଉଭୟ କଡରେ ସ୍ଥାନ ଅବରୋଧ ଓ ସ୍ଥାୟୀ ପକ୍କା ଗୃହ ନିର୍ମାଣ ହେଉଥିବା ବିଶେଷ କରି ସୁଗୋ ପଞ୍ଚାୟତ ଅନ୍ତର୍ଗତ ଖଡରାବିନ୍ଧା ମୌଜାରେ ଏକ ନୂତନ ଗୃହ ନିର୍ମାଣକୁ ଉଚ୍ଛେଦ କରିବା, ଦେଉଳି ପଞ୍ଚୁ ଘଣ୍ଟା ଡିଷ୍ଟକ୍ଟବୋର୍ଡ ପୋଖରୀ କୂଳେ କୂଳେ ଗାର୍ଡ ନିର୍ମାଣ କରିବା ପାଇଁ ମିହିର କୁମାର ଦାସ, ସିମୁଳିଆର କଲ୍ୟାଣୀ ଦାସ ଅଧିକାରୀଙ୍କ ୮୧ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ନ ପାଇବା, ଜଳେଶ୍ୱରରୁ ଚନ୍ଦନେଶ୍ୱର ରାସ୍ତା କଡରେ ଜଳନିଷ୍କାସନ ପାଇଁ ପଞ୍ଚାୟତ ସମିତି ସଦସ୍ୟ ସଂଜୟ ମହାନ୍ତି, ସହର ମଧ୍ୟରେ ଭିଡ କମାଇବା ଲାଗି ବାଲି ଟ୍ରାକ୍ଟର ଗୁଡିକ ସହର ମଧ୍ୟରେ ପ୍ରବେଶ ନ କରାଇବା, ଶିଖରପୁର ଓ ପଞ୍ଚୁ ଘଣ୍ଟା ମଧ୍ୟରେ ସମସ୍ତ କାଠପୋଲକୁ ଭାଙ୍ଗି ଦେବା ଲାଗି ସରପଞ୍ଚ ହରେକୃଷ୍ଣ ଗିରି, ସଦସ୍ୟ ଝାଡେଶ୍ୱର ଦାସ, ଗୋପାଳପୁର ଶ୍ମଶାନଜାଗା ଜବରଦଖଲ ଉଚ୍ଛେଦ ଲାଗି ଗ୍ରାମବାସୀଙ୍କ ସମୁହ ଆବେଦନ, ଝାଡପିମ୍ପଳ ପଞ୍ଚାୟତରେ ଆବସ ଯୋଜନାରେ ବ୍ୟାପକ ଦୁର୍ନିତିୀରେ ସରକାରୀ କର୍ମଚାରୀଙ୍କ ସଂପୃକ୍ତି, ଦେବ କୁମାର ମୌଜାରେ ସରକାରୀ ଜାଗାରୁ ଜବର ଦଖଲ ଉଚ୍ଛେଦ ଲାଗି ସମୁହ ଗ୍ରାମବାସୀଙ୍କ ଅଭିଯୋଗ, ରାଇବଣିଆ ଗଡର ସୁରକ୍ଷା ଓ ବିକାଶ ଲାଗି ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ, କସିଦା ଗ୍ରାମରୁ ବାରମ୍ବାର ସୋଲାର ଲାଇଟ୍ ବ୍ୟାଟେରୀ ଚୋରୀ ହେଉଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆନଯିବା ଇତ୍ୟାଦି ଅଭିଯୋଗ ମିଳିଥିଲା । କିନ୍ତୁ ସୁବର୍ଣ୍ଣରେଖା ବାଲିର ବ୍ୟାପକ ବେଆଇନ୍ ଉତ୍ତୋଳନ, ପରିବହନକୁ ନେଇ ସର୍ବାଧିକ ଅଭିଯୋଗ ଜିଲାପାଳଙ୍କ ନିକଟରେ ପଡିଥିବାରୁ ଉପଜିଲାନାଳଙ୍କୁ ତଦନ୍ତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା