ଜଳେଶ୍ୱରରେ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ସାରା ଦେଶରେ ପାଳନ କରୁଥିବା ବେଳେ ଜଳେଶ୍ୱରରେ ମଧ୍ୟ ଗତକାଲି ଧୂମଧାମରେ ପାଳନ କରାଯାଇଛି । ସମସ୍ତ ମସଜିଦ୍ ଓ ନମାଜପାଠ ସ୍ଥାନମାନଙ୍କରେ ନମାଜ ପାଠ ହେବା ସହ ବିଭିନ୍ନ ଜାଗାରେ ଶୋଭାଯାତ୍ରା ବାହାରିଥିଲା । ଜଳେଶ୍ୱର ସ୍ଥିତ ଝାଡେଶ୍ୱରପୁରଗୁ୪ନେ ହୁସେନ ମାଦ୍ରାସା ତରଫରୁ ମୈାଲାନା ଓ ଗୌରଙ୍ଗଜେବଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଝାଡେଶ୍ୱରପୁର ବଜାର ବାସୀଙ୍କ ତରଫରୁ ୧ହଜାରରୁ ଉର୍ଦ୍ଧ ଲୋକମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । କାସିମ ବକ୍ସ, ସେକ୍ ଇନତାଜ୍ ବକ୍ସ, ସେକ୍ ରହମାନ, ସେକ୍ ସାମୁ, ସେକ୍ ମୁନ୍ନା ଖାନ, ସେକ୍ହବିବ, ସେକ୍ ସାମସେର, ସେକ୍ ହାକିମ ବକ୍ସ ପ୍ରମୁଖ ଏହି ଫଳବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଜଳେଶ୍ୱର ସଂଖ୍ୟାଲଘୁ ସଂପ୍ରଦାୟ ତରଫରୁ ଝାଡେଶ୍ୱରପୁର, ରାଜପୁର, ଶେଖବାର୍ଡ, ପଥରପୁରା, ଶାସନବାର୍ଡ, ପଞ୍ଚୁଘଣ୍ଟାର ଅଞ୍ଚଳର ସଂଖ୍ୟାଲଘୁ ସେଲର ସଭାପତି ମୀର୍ ଆବାସ ଅଲ୍ଲୀଙ୍କ ନେତୃତ୍ୱରେ ଜୈନାଲସାହା, ସେକ୍ ଅବଦୁଲ ହାକିମ, ସେକ୍ ଅଲିମୁଦ୍ଦିନ, ଇବ୍ରାହିମ ସାହା ପ୍ରମୁଖ ଜଳେଶ୍ୱର ଜି.କେ ଭଟ୍ଟର ହସପିଟାଲ ଓ ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର ଜଳେଶ୍ୱର ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ସନ୍ଧ୍ୟାରେ ଏକ ବିରାଟଶୋଭାଯାତ୍ରା ସହର ପରିକ୍ରମା କରି ପଞ୍ଚୁଘଣ୍ଟା ସ୍ଥିତ କରାମତ ଅଲ୍ଲୀ ପୀର ସାହେବଙ୍କ ଆସ୍ଥାନ ପର୍ଯ୍ୟନ୍ତ ଯାଇଥିଲେ । ଏହି ପୂଣ୍ଣ୍ୟ ତିଥି ଉପଲକ୍ଷେ ବିଭିନ୍ନ ଜାଗାରେ ଲୋକମାନଙ୍କୁ ରନ୍ଧା ଖାଦ୍ୟଦ୍ରବ୍ୟ ଓ ଫଳ ଇତ୍ୟାଦି ବଣ୍ଟନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା