ଜଳେଶ୍ୱରରେ ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା ଲାଗି ସାଂସଦଙ୍କ ନିକଟରେ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରରେ ଗୁଣାତ୍ମକ ମାନର ସିବିଏସ୍‌ଇ ପାଠ୍ୟକ୍ରମ ଲାଗି ଜଳେଶ୍ୱରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ଆଜି ଜଳେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହିତ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘବର୍ଷ ଧରି ଜଳେଶ୍ୱରରେ ଏପରି ବିଦ୍ୟାଳୟ ଲାଗି ଦାବି ହୋଇ ଆସୁଥିଲା । ଗତ କିଛିଦିନ ତଳେ ଜଳେଶ୍ୱରର ବହୁ ନେତୃସ୍ଥାନୀୟ ବ୍ୟକ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲିଖିତଭାବେ ଦାବି କରିଥିବା ବେଳେ ଗତ ଶୁକ୍ରବାର ଅନ୍ୟକେତେକ ବ୍ୟକ୍ତିବିଶେଷ ସାଂସଦ ଶ୍ରୀ ଷଡଙ୍ଗୀଙ୍କୁ ଭେଟି ଉପାନ୍ତ ଅଂଚଳରେ ଏପରି ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ଦାବି କରିଛନ୍ତି । ସର୍ବଶ୍ରୀ ପ୍ରବୀର କୁମାର ପ୍ରଧାନ, ଅଶୋକ କୁମାର ଜେନ, ଶାନ୍ତନୁ ପଟ୍ଟନାୟକ, ସମୀର ପାତ୍ର, ଫାଲଗୁନୀ ପାଣିଗ୍ରାହୀ, ସୁବ୍ରତ ବେରା ପ୍ରମୁଖ ବହୁ ବ୍ୟକ୍ତି ସାଂସଦଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡିଶାର ପ୍ରବେଶଦ୍ୱାର ଜଳେଶ୍ୱରରେ ଏହାର ଆବଶ୍ୟକତା ସଂପର୍କରେ ସାଂସଦ ଉପଲବ୍ଧି କରିବାପରେ ମାନ୍ୟବର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଆଲୋଚନା କରିଛନ୍ତି । ଏଠାରେ କେନ୍ତ୍ରୀୟ ବିଦ୍ୟଳୟ ପ୍ରତିଷ୍ଠା ହେଲେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ରାଇବଣିଆ, ବସ୍ତା, ବାଲିଆପାଳ, ମୟୂରଭଂଜ ରାସଗୋବିନ୍ଦପୁର, ଖୁଣ୍ଟା, ବୈଶିଙ୍ଗା ଓ ପଶ୍ଚିମ ବଂଗର ଦାନ୍ତୁନ, ମୋହନପୁର, ନୟାଗ୍ରାମ, ଏଗ୍ରା ଅଂଚଳ ଉପକୃତ ହୋଇ ପାରିବ ।

ରିପୋର୍ଟ : ଭୂପତି ପରିଡା