ଜଳେଶ୍ୱର (ସମୃଦ୍ଧ ଓଡିଶା) ସତ୍ୟ, ସ୍ପଷ୍ଟ, ହୃହୟଗ୍ରାହୀ ଚିତ୍ର ଉତ୍ତୋଳନ କରି ଜନସାଧାରଣଙ୍କ ଆଗରେ ସାହସିକତା ଓ ଦୁଃସାହସୀକତା ପ୍ରତିପାନ କରି ଆସୁଥିବା ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକରେ ଜଳେଶ୍ୱର ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶ୍ରଦ୍ଧାସୁମନ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚନ୍ଦ ସଭାପତିତ୍ୱ କରିଥିଲେ । ସ୍ତମ୍ଭକାର ସୁଦର୍ଶନ ଦାସ ଯୋଗ ଦେଇ ଖବର ଛାପିବାକୁ ଯାଇ ନିଜେ ଖବରର ଶିରନାମ ପାଲଟିଥିବା ଅରିନ୍ଦମ ଦାସ ଏକ ଲାଇଭ୍ ପ୍ରସାରଣ କରିବାକୁ ଯାଇ ଆମ ଗହଣରୁ ସବୁଦିନ ପାଇଁ ଚାଲିଯାଇଛନ୍ତି ସିନା ତାଙ୍କ ସୃତି ଏବେବି ଅମର ହୋଇ ରହିଛି ଓ ରହିବ । ବେସାହାରା ହୋଇଥିବା ପୁଅ ଓ ସ୍ତ୍ରୀଙ୍କ ଲାଗି ସରକାର କାର୍ଯ୍ୟରତ ସରକାରଙ୍କ ଏପରି ଦୁର୍ଦ୍ଦିନ ବେଳେ ଆର୍ଥିକ ସହାୟତା ଦେବାକୁ ଦାବି କରିଥିଲେ । ଉପ ଜେଲର ଅନୁସୂୟା ଷଡଙ୍ଗୀ ଅରବିନ୍ଦ ବାବୁ ଇତିହାସ ପାଲଟିଥିବା କହିଥିବା ବେଳେ ସମାଜସେବି ଦିଲ୍ଲିପ କୁମାର ଗିରି, ଓଷ୍ଟାର ବ୍ଳକ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ଜିଲା ରକ୍ତଦାତା ସଂଘର ସଭାପତି କମଳା ଚକ୍ରବର୍ତ୍ତୀ ଓ ବଣିକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ କୁମାର କାମିଳା ଯୋଗ ଦେଇ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ସେମାନଙ୍କୁ ସହିଦ୍ର ମାନ୍ୟତା ଦେବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ କୁମାର ପରିଡା, ମନୋରଂଜନ ଦାସ, ସୁଦାମ ଚରଣ ପାତ୍ର, ଗିରିଜା ଶଂକର ଦାସ, ସାମ୍ବାଦିକ ସୁକୁମାର ରଣା, ମନୋଜ ଭୂୟାଁ, ଅବଦୁଲ ରହିମ୍, ଶ୍ରୀକୃଷ୍ଣ ଗୁପ୍ତା, ରବିନାରାୟଣ ପାତ୍ର, ଗୌରଗୋପାଳ ସେନ୍, ଗୌରୀଶଂକର ମହାନ୍ତି, ଅର୍ଜୁନ ଚରଣ ସିଂ, ସଂଜୟ ଦାସ, ଇଫ୍ରାଜ୍ ସାହା, ସୁବ୍ରତ ଘୋଷ, ଘନଶ୍ୟାମ ଗିରି ପ୍ରମୁଖ ଅରବିନ୍ଦ ଦାସଙ୍କୁ ସ୍ମୃତିଚାରଣ କରି ତାଙ୍କର ଦକ୍ଷତା ଓ କାର୍ଯ୍ୟକୁଶଳତା ସଂପର୍କରେ କହିଥିଲେ । ଆବାହକ ରାଜେଶ କୁମାର ପ୍ରଧାନ ମଂଚ ଆହ୍ୱାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ତାଙ୍କର ଆତ୍ମାର ସଦ୍ଗତି ଲାଗି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ରିପୋର୍ଟ : ଭୂପତି ପରିଡା