ଜଳେଶ୍ୱରରେ ୨ଦିନ ଧରି ଚାଲିଥିବା ଉତ୍କର୍ଷ କାର୍ଯ୍ୟକ୍ରମ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଅପରାହ୍ନରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକଙ୍କ ପୌରହିତ୍ୱରେ ୨ ଦିନ ଧରି ଚାଲିଥିବା ଉତ୍କର୍ଷ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ କିପରି କିପରି ଆଧୁନୀକ ପଦ୍ଧର୍ତ୍ତିରେ ଶିକ୍ଷାଦାନ କରାଯାଇପାରିବ ସେ ସଂପର୍କରେ ଉପସ୍ଥିତ ଥିବା ଜଳେଶ୍ୱର ଓ ବସ୍ତା ବ୍ଲକର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଏହି ୨ ଦିନ ଧରି ବିଜ୍ଞାନ ଓ ଇଂରାଜୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଉଦଯାପନୀ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ନବକୁମାର ଦାସ ଓ ଶିକ୍ଷାବିତ୍ ଡ. ମନ୍ମଥ କୁମାର କୁଣ୍ଡୁ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକ, ଟାଉନ୍ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବନୀ ଶଂକର ପାଳ, ଶିକ୍ଷକ ହରେକୃଷ୍ଣ ଜେନା, ଶଶିକାନ୍ତ ପ୍ରଧାନ, ପ୍ରଦୀପ୍ତ କିଶୋର ସାହୁ, ଇନ୍ଦ୍ରଜିତ୍ ପାତ୍ର ପ୍ରମୁଖଙ୍କୁ ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଜିତ୍ କୁମାର ମହାନ୍ତିଙ୍କ ଦ୍ୱାରା ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବନବାହାରୀ ଦାସ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜଳେଶ୍ୱର ବ୍ଲକ ନୋଡାଲ ଅଫିସର ମୁରଲୀ ମୋହନ ପ୍ରଧାନ ସମ୍ମାନୀତ ଅତିଥିରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣନାଥ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଘୋଷାଲ, ଶିକ୍ଷକ କାହ୍ନୁଚରଣ ଜେନା, ବିଜ୍ଞାନ କୋଡିନେଟର କୁଞ୍ଜ ବିହାରୀ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା