ଜଳେଶ୍ୱରରେ ୨୯ କୁଷ୍ଠରୋଗୀ : ସଚେତନତା ଲାଗି ଶାମ୍ବରଥ ପରିକ୍ରମା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୁଷ୍ଠରୋଗର ମୂଳଉତ୍ପାଟନ ପାଇଁ ସରକାର ଦୃଡ ପରିକର ହୋଇଥିବାରୁ ଏବେ ପ୍ରତି ଘରକୁଘର ଯାଇ ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି ରୋଗୀ ଚହ୍ନଟ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଅଧିନରେ ଥିବା ୧୭୭ ଜଣ ଆଶାକର୍ମୀଙ୍କୁ ଏଥିରେ ନିୟୋଜିତ କରାଯାଇଛି । ଏବେ ଜଳେଶ୍ୱର ବ୍ଲକ ଅଧିନରେ ୨ଲକ୍ଷ ୧୦ହଜାର ଜନସଂଖ୍ୟା ଥିବାରୁ ପ୍ରତିଦିନ ଆଶାକର୍ମୀମାନେ ପ୍ରତ୍ୟେକେ ୨୫ଟି ପରିବାରକୁ ଯାଇ ଏପରି କାର୍ଯ୍ୟ କରିବେ ବୋଲି ବିସିଡବ୍ଲୁଓ ଜ୍ୟୋତିର୍ମୟ ଦେ ପ୍ରକାଶ କରିଛନ୍ତି । ଗତ ଗୁରୁବାର ଦିନ ଏହାର ସମୀକ୍ଷାଲାଗି କମିଟି ହାତୀଗଡସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆହୁତ ହୋଇଥିଲେ ମଧ୍ୟ ଜଳେଶ୍ୱର ବିଡିଓ, ତହସିଲଦାର, ସିଡିପିଓ ଓ ବ୍ଲକ ଅଧ୍ୟକ୍ଷ ନ ଆସିବାରୁ ଏହି ବୈଠକ ଅନୁଷ୍ଠିତ ହୋଇ ପାରିନଥିଲା । ଏଥିଲାଗି ସଚେତନ ସୃଷ୍ଟି କରିବା ପାଇଁ ଏକ ଶାମ୍ବରଥ ୧୦ ଦିନ ଜଳେଶ୍ୱର ଅଂଚଳରେ ବୁଲିବ ବୋଲି ଶ୍ରୀ ଦେ କହିଛନ୍ତି । ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ପ୍ରଭାସଚନ୍ଦ୍ର ନାୟକ ପତାକା ଦେଖାଇ ସାମ୍ବରଥ ଯାତ୍ରାର ଉଦ୍‌ଘାଟନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା