ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରବାସୀ ଓଡିଆଙ୍କୁ ଘର ବାହୁଡା କରିବାଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ସ୍ୱତନ୍ତ୍ର ରେଳ ଓ ବସ୍ ଯୋଗେ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି । ଅଦ୍ୟାବଧି ଜଳେଶ୍ୱର ଅଞ୍ଚଳର ୩୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୧୫୫ ଜଣକୁ ରଖା ଯାଇଥିବା ବେଳେ କେତେକ ଟିଏମ୍ସି କେନ୍ଦ୍ରରେ ଅବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏକ ସୂଚନାରୁ ଜଣାଯାଇଛି ଜଳେଶ୍ୱର ଅଞ୍ଚଳର ପ୍ରାୟ ୨୭ହଜାର ଲୋକେ ବାହାର ଜିଲା ଓ ରାଜ୍ୟରେ ରହି କାର୍ଯ୍ୟ କରି ଆସୁଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୮ହଜାର ବ୍ୟକ୍ତି ପୂର୍ବରୁ ଫେରିଥିବା ପଂଜିକରଣ ହୋଇଛି । ସରକାରଙ୍କ ସ୍ପତନ୍ତ୍ର ଯୋଜନା ଅନୁଯାୟୀ ଗତ ମେ ୪ତାରିଖରୁ ୧୨ତାରିଖ ଯାଏ ୨୫୨ଜଣ ବ୍ୟକ୍ତି ଗୁଜୁରାଟ, ତେଲେଙ୍ଗାନା ଅଂଚଳରୁ ଆସିଛନ୍ତି । ସେହିପରି ୧୩ତାରିଖରେ ୧୬୧, ୧୪ ତାରିଖରେ ୨୯୧ ଓ ୧୫ ତାରିଖରେ ୩୦୨ ଜଣ ବ୍ୟକ୍ତି ଫେରିଥିବା ଜଣାଯାଇଛି । ଏହା ବ୍ୟତିତ ଜଳେଶ୍ୱର ମ୍ୟୁନିସିପାଲଟିର ଶୋଭା ଓ ମୂରଲୀ କଲ୍ୟାଣ ମଣ୍ଡପ ସହିତ ଜଳେଶ୍ୱର ମହିଳା ମହାବିଦ୍ୟାଳର ୧୩୯ଜଣ ପ୍ରବାସୀ ରହିଛନ୍ତି । ଏମାନଙ୍କର ଦୈନନ୍ଦିନ ଖାଇବା, ରହିବା ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ଜଳେଶ୍ୱର ବ୍ଲକ ଅଞ୍ଚଳରେ ୩୫ଟି ଓ ମ୍ୟନିସିପାଲଟିର ୩ଟି ଟିଏମ୍ସି କେନ୍ଦ୍ରରେ ଶ୍ରମିକ ମାନଙ୍କୁ ରଖାଯାଇଥିବା ସରକାରୀ ଭାବେ କୁହାଯାଇଛି । କିନ୍ତୁ କେତେକ ସ୍ଥାନରେ ପ୍ରତିଦିନ ସେନିଟାଇଜେସନ୍ ନ ହେବା, ସରକାରୀ ସୂଚୀ ଅନୁଯାୟୀ ଖାଦ୍ୟ ନ ଦେବା, ନିମ୍ନ ମାନର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ଏବଂ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ନ ଯୋଗାଇବା ଭଳି ସଂଗୀନ ଅଭିଯୋଗ ହୋଇଛି । କେତେକ ଟିଏମ୍ସିରେ ଶୌଚାଳୟକୁ ସଫା ନ କରିବା ଓ ସାନିଟାଇଜ୍ ଆଦୌ ନ କରିବା ଫଳରେ ସେଠାରେ ଅବସ୍ଥାନେ କରୁଥିବା ଲୋକମାନେ ଉଦ୍କ୍ଷିପ୍ର ହେଉଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ କୌଣସି ଲୋକ ତଥ୍ୟ ସଂଗ୍ରହ କରିବାକୁ ଗଲାବେଳେ ପ୍ରଶାସନ ଓ ସ୍ଥାନୀୟ ପରିଚାଳକମାନେ ନିଜର ଦୁର୍ବଳତାକୁ ଚାପି ଦେବା ପାଇଁ ଆଇପିସିର ୧୪୪ ଧାରା ସ୍ଥାନକୁ ନ ଯିବାକୁ ଧମକ୍ ମଧ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ତେଣୁ ସରକାର ଏ ପ୍ରତି ଦୃଷ୍ଟି ଦେବାକୁ ବହୁ ସାମଜସେବୀ ଓ ବୁଦ୍ଧିଜିବୀ ମାନେ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା