ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ସମଗ୍ର ବିଶ୍ୱରେ କରୋନା ପିଡିତଙ୍କ ସଂଖ୍ୟା ହୁ ହୁ ବଢି ଚାଲୁଥିବା ବେଳେ ଆମ ଦେଶ ମଧ୍ୟ ପଛେଇ ନାହିଁ । ଓଡିଶାରେ ଏହାେ ମନ୍ଥର ଗତୀରେ ଚାଲୁଥିବା ବେଳେ ପ୍ରବାସୀ ମାନଙ୍କ ନିଜ ଅଞ୍ଚଳକୁ ଫେରିବା ପରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏବେ ଜଳେଶ୍ୱରର ବିଭିନ୍ନ ପଞ୍ଚାୟତରେ ସ୍ଥାପନ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଶହ ପ୍ରବାସୀ ରହିଥିବା ବେଳେ ଜଳେଶ୍ୱର ମ୍ୟୁନିସିପାଲଟିର ୩ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ୨ଶହ ଜଣକୁ ରଖା ଯାଇଥିବା ଜଣାଯାଇଛି । ଫଳରେ ଜଳେଶ୍ୱର ଅଞ୍ଚଳରେ ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଛି । ବରଂ ସ୍ୱାବ ଟେଷ୍ଟ ପରେ ରଖା ଯାଇଥିଲେ ଏପରି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା । ଜଳେଶ୍ୱର ବ୍ଲକରେ ୩୫ଟି ପଞ୍ଚାୟତରେ ଲୋକ ସଂଖ୍ୟା ପ୍ରାୟ ୨ଲକ୍ଷ୧୯ହଜାର । ଏଥିରୁ ୧ଲକ୍ଷ ୯୧ହଜାର ଲୋକ ପଞ୍ଚାୟତ ଓ ସହରାଞ୍ଚଳରେ ବସବାସ କରୁଥିବା ବେଳେ ୨୭ହଜାର ଲୋକେ ଅନ୍ୟ ଜିଲା, ରାଜ୍ୟ କିମ୍ବା ରାଷ୍ଟ୍ରରେ ବସବାସ କରୁଛନ୍ତି । କରୋନା ଯୋଗୁଁ ଚାଲିଥିବା ପଂଜିକରଣରେ ଜଳେଶ୍ୱରର ପ୍ରାୟ ୧୦ହଜାର ବ୍ୟକ୍ତି ସାମିଲ ହୋଇଥିବାର ଜଣାଯାଇଛି । ଆଜି ସୁଦ୍ଧା ଜଳେଶ୍ୱରର ବିଭିନ୍ନ ପଞ୍ଚାୟତରେ ଥିବା କେନ୍ଦ୍ର ଗୁଡିକରେ ୪ଶହ ବ୍ୟକ୍ତି ରହିଥିବା ବ୍ଲକ ସୂତ୍ରରୁ ପ୍ରକାଶ । ଏମାନଙ୍କ ମଧ୍ୟରୁ ନାମ୍ପୋ, ସୁଗୋ ଓ ଲକ୍ଷ୍ମଣନାେଥେରେ ଶତାଧିକ ବ୍ୟକ୍ତି ରହିଛନ୍ତି ଓ ସେମାନଙ୍କର ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ଏବେ ମହମ୍ମଦନଗରପାଟଣା ଓ ରାଜପୁରକୁ ବସ୍ ଯୋଗେ ମହାରାଷ୍ଟ୍ର ଓ ହାଇଦ୍ରାବାଦରୁ କେତେକ ବ୍ୟକ୍ତି ଆସିଥିବା ଦେଖିବାକୁ ମିଳିଛି । ଗତ ରାତ୍ରୀରେ ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରବେଶ ସ୍ଥାନ ବୋର୍ଡର ଚେକ୍ ପଏଣ୍ଟ ଠାରେ ଶତାଧିକ ଜଗାଡିରେ ଶହ ଶହ ବ୍ୟକ୍ତି ଅପେକ୍ଷା କରିଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଓଡିଶାକୁ ଅଣାଯାଉଛି । କିନ୍ତୁ ଶହ ଶହ ବ୍ୟକ୍ତି ଏହି ଚେକ୍ପଏଣ୍ଟ ଯାଏ ଆସିବା ପରେ ଆସିଥିବା ଯାନ ଫେରି ଯାଇଥିବାରୁ ସେମାନଙ୍କୁ ସ୍ଥାନୀୟ ଦୀନକୃଷ୍ଣ ମହାବିଦ୍ୟାୟଳ କ୍ୱାରାଣ୍ଟାଇନ୍ରେ ଜିଲା ପ୍ରଶାସନ ପକ୍ଷରୁ ରଖାଯାଇଛି । ସୂଚନା ଅନୁଯାୟୀ ଦୀନକୃଷ୍ଣ ମହାବିଦ୍ୟାଳୟରେ ୧୫୦, ମୂରଲୀ କଲ୍ୟାଣ ମଣ୍ଡପରେ ୫୦, ଶୋଭା କଲ୍ୟାଣ ମଣ୍ଡପରେ ୯ଜଣ ରହିଥିବା ଜଣାଯାଇଛି । ଏତେ ସଂଖ୍ୟକ ଲୋକ ରହୁଥିବାରୁ ବାଦାନୁବାଦ ସୃଷ୍ଟି ହେଉଥିବା ଶୁଣିବାକୁ ମିଳିଛି ।
ରିପୋର୍ଟ : ଭୂପତି କୁମାର ପରିଡା