ଜଳେଶ୍ୱର (ସମୃଦ୍ଧ ଓଡିଶା) ପବିତ୍ର ଶିବରାତ୍ରି ଉପଲକ୍ଷେ ଜଳେଶ୍ୱରର ବିଭିନ୍ନ ଶୈବ ମନ୍ଦିରରେ ଜନଗହଳି ଦେଖିବାକୁ ମିଳିଥିଲା । ସରକାରଙ୍କ କୋଭିଦ୍ କଟକଣା ରହିଥିଲେ ମଧ୍ୟ ଭକ୍ତମାନେ ଶକ୍ତି ଦର୍ଶନ ଲାଗି ମନ୍ଦିରକୁ ଆସିଥିଲେ । ଜଳେଶ୍ୱରର ପଂଚୁଘଣ୍ଟାସ୍ଥିତ ସର୍ବପୁରାତନ ଶିଦ୍ଧେଶ୍ୱର ଶିବ ମନ୍ଦିରରେ ଆଜି ସକାଳେ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ଶ୍ରଦ୍ଧାଳୁମାନେ ଦେବ ଦର୍ଶନ କରିଥିଲେ । ସେହିପରି ଆମ୍ବଳିଅଠାର ଅମ୍ବିକେଶ୍ୱର ମନ୍ଦିର, ଦେଉଳି ପଂଚୁଘଣ୍ଟା, ନୂଆବଜାର, ଭଂଜକଲୋନୀ, କାଶିଡିଆ, ନଛିମପୁର, ସୁଗୋ, ଶାଳିକୋଠା, ବାଘାବାଳୀ, ରାଜପୁର, ମହମ୍ମଦନଗରପାଟଣା, ପଶ୍ଚିମବାଡ, ରେଳା, ନମକନା, ଜମାଳପୁର, ଆର୍ଆର୍ପୁର, ନାମ୍ପୋ, ଡିଙ୍ଗାଶୋଳ, ଗୋବର୍ଦ୍ଧନପୁର, କୋଟସାହି, ପାଇକସିଦା, ଗଡସାହି ବାଲିଆପାଳ, କଣ୍ଟାପାଳ, ବାଇଗଣବାଡିଆ, ଝାଡପିମ୍ପଳ, ବିରିଶପୁର, ଗୋପ, ଲକ୍ଷ୍ମଣନାଥ, ଗୋବରଘଟା, ଦେଉଳା, ଖାଲିନା, ଆମ୍ବଡିଆ, ଡେମୁରିଆ, ସରକାତିଆ, ସମ୍ପତ୍ତିଆ, ନେତୁଆ, କମାରଶାଳିଆ, ବାଣିଦା, ଶିଖରପୁର, ଖୁଲୁଡା, ସୁଖଦୁଖିଆ, ବେଲବାରିଆ, ରାଇବଣିଆ, ମଣ୍ଡଳିଚକ, ଗୁରୁଦାସପୁର, ଶ୍ରୀରାମପୁର, ଦକ୍ଷିଣପ୍ରହରାଜପୁର, ମୁଣୁତୁଣିଆ, କାଳିକ, ହାତୀଗଡ, ମାକିଡିଆ, କୁଅଁରପୁର, ଓଲମରା, ରାଜନଗର, ବୋପାଳପୁର, ଗୋପାଳପ୍ରସାଦ, ଶ୍ୟାମନଗର, ସର୍ଦ୍ଦାରବନ୍ଧ, ଖୁଆଡ, ବରଡିହା, କଳମା ପ୍ରଭୃତି ସ୍ଥାନମାନଙ୍କରେ ଥିବା ଶିବ ମନ୍ଦିର ଆଲୋକରେ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି ।