
ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷା ବିଭାଗର ସିଦ୍ଧାନ୍ତ ଅନୁଯାୟୀ ଗତ ୧୪ତାରିଖରୁ ୧୯ତାରିଖ ମଧ୍ୟରେ ଆଚଳିକ ସାଧନକେନ୍ଦ୍ର (ସିଆର୍ସି) ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସାରିବାକୁ ଥିବା ବେଳେ ଆଜି ଜଳେଶ୍ୱର ବ୍ଲକରେ ଶେଷ ହୋଇଛି । ଜଳେଶ୍ୱର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ୧ନଂ ଆଞ୍ଚଳିକ ସାଧନ କେନ୍ଦ୍ର ଜଳେଶ୍ୱର ଟାଉନ୍ ନୋଡାଲ ଉଚ୍ଚବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ଟାଉନ୍ ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳ, ମୁଖ୍ୟ ଅତିଥି ଭାବେ ଦିଗମ୍ବରୀଦେବୀ +୨ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ କଲେ ଆଜିର ଛାତ୍ରଛାତ୍ରୀ ଅସୀମ ଶକ୍ତିର ଅଧିକାରୀ । ସେଗୁଡିକର ପରିପ୍ରକାଶ ଲାଗି ବିଦ୍ୟାଳୟର ୪କାନ୍ଥ ମଧ୍ୟରେ ଏହାର ପରିପ୍ରକାଶ ହେବା ଉଚିତ । ମୁଖ୍ୟବକ୍ତା ଭାବେ ଏବିଇଓ ଲଲାଟେନ୍ଦୁ କେଶରୀ ଜେନା ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷା ପଦ୍ଧତିରେ ଛାତ୍ରଛାତ୍ରୀଙ୍କର ଅର୍ନ୍ତନିହିତ ଗୁଣ ପ୍ରରି ପ୍ରକାଶ ଲାଗି ବକ୍ତୃତା, ସଂଗୀତ, ଓଡିଆ ହସ୍ତାକ୍ଷର ଓ ଶୃତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା, ପ୍ରବନ୍ଧ ଲିଖନ, କୁଇଜ୍ ଓ ସୃଜନଶୀଳ ଲିଖନ ବିଷୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଆସୁଛି । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ଦାସ, ସିଆର୍ସି ପଙ୍କଜ କୁମାର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଅଜିତ୍ କୁମାର ମହାନ୍ତି ମଞ୍ଚ ଆହ୍ୱାନ କରିଥିଲେ । ସ୍ୱାପ୍ନାରାଣୀ ଜେନା, ସୌମ୍ୟରଞ୍ଜନ ପାତ୍ର, ରମେଶ ଚନ୍ଦ୍ର ଗିରି, ସିଦେ୍ଧଶ୍ୱର ଦାସ, ଅଜିତ୍ କୁମାର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଗତ ୧୭ ତାରିଖରେ ଗୋପାଳପୁର କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଓଲମରା ହାଇସ୍କୁଲ, ରାଇବଣିଆ କ୍ଲଷ୍ଟରରେ ହାତୀଗଡ ପ୍ରାଇମେରୀ, ଖୁଆଡ କ୍ଲଷ୍ଟରରେ ଭଡ୍ରାପଦ ପ୍ରାଇମେରୀ, ବରଡିହା କ୍ଲଷ୍ଟରରେ ସରଡିହା ୟୁଜିୟୁପି, ଚାଫଲା କ୍ଲଷ୍ଟରେ ଭଣ୍ଡାରପଲ୍ଲୀ ବିବି ନୋଡାଲ ବିଦ୍ୟାଳୟ, ପଶ୍ଚିମବାର୍ଡ କ୍ଲଷ୍ଟରେ ଆର୍କେ ହାଇସ୍କୁଲ, ବେହେରା ସାହି କ୍ଲଷ୍ଟରରେ ଡିପିପୁର ୟୁଜିୟୁପି, ମେଦିନିପୁର କ୍ଲଷ୍ଟରରେ ମେଦିନୀପୁର ୟୁପି ସ୍କୁଲ, ଶିଖରପୁର କ୍ଲଷ୍ଟରରେ ଏସ୍ବିବି ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଗତ ୧୮ ତାରିଖରେ ନାମ୍ପୋ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମରେ ନାମ୍ପୋ ପ୍ରାଇମେରୀ, ସୁଗୋ କ୍ଲଷ୍ଟରରେ ସୁଗୋ ୟୁପି ସ୍କୁଲ, ବାଗମାରୀ କ୍ଲଷ୍ଟରେ ବାଘମାରୀ ନୋଡାଲ ବିଦ୍ୟାଳୟ, ଛମୌଜ କ୍ଲଷ୍ଟରରେ ଏମ୍ସିଏମ୍ଏନ୍ ସରକାରୀ ହାଇସ୍କୁଲ, ଗୋପ କ୍ଲଷ୍ଟରରେ ବୌରାଟଆଡି ପ୍ରାଇମେରୀ ସ୍କୁଲ, ଆମ୍ବଳିଅଠା କ୍ଲଷ୍ଟରରେ ଆମ୍ବଳିଅଠା ୟୁଜିଏମଇ ସ୍କୁଲ, ପାଇକସିଦା କ୍ଲଷ୍ଟରରେ ପାଇକସିଦା ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା