ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ତରଫରୁ ବିଶ୍ୱର ଦୀର୍ଘତମ ଚିତ୍ର ପ୍ରସ୍ତୁତ କରିବା ପାଇଁ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶିବିର ଗତକାଲି ଆରମ୍ଭ କରାଯାଇଛି । ଏହି ଶିବିରରେ ଶିଶୁ ଶ୍ରେଣୀ ଠାରୁ+୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି ଶିବିରରେ ବିଶ୍ୱ ତାପାୟନ ଉପରେ ଆଧାରିତ ଜଳଚର ପ୍ରାଣୀ ଓ ବୃକ୍ଷରୋପଣ ଇତ୍ୟାଦି ଚିତ୍ର ଆଙ୍କିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏକ ୧.୫ କି.ମି ଲମ୍ବର ଏକ ଚିତ୍ର ତିଆରି କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ସଂପାଦକ ମୁକ୍ତିପଦ ନନ୍ଦୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା