ଜଳେଶ୍ୱର ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଚର ତାଲା ଖୋଲିବ କେବେ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୩୬ବର୍ଷ ପୂର୍ବ ଜଳେଶ୍ୱର ସହରରେ ଖୋଲା ଯାଇଥିବା ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଚ ଏବେ ବନ୍ଦ ହୋଇ ଯାଇଛି । ଗତ ୨ବର୍ଷ ଧରି ଏହା ସପ୍ତାହକୁ ଗୋଟିଏ ଦିନ ଖୋଲା ଯାଉଥିବା ବେଳେ ଗତ ମାର୍ଚ୍ଚମାସଠାରୁ ଏହାର ତାଲା ଝୁଲିବାକୁ ଯାଉଛି । ଫଳରେ ଉତ୍ତର ବାଲେଶ୍ୱରର ଶହ ଶହ ଛାତ୍ରଛାତ୍ରୀ ସେମାନଙ୍କର ନାମ ପଂଜିକରଣ କରିବାକୁ ଆସି ଦୈନିକ ଫେରୁଥିବା ଦେଖିବାକୁ ମିଳୁଛି । ଜଳେଶ୍ୱର ଭୋଗରାଇ ବ୍ଲକକୁ ନେଇ ୧୯୮୪ ମସିହାରେ ଏହି କାର୍ଯ୍ୟନେୟାଜନ କାର୍ଯ୍ୟାଳୟଟି ପ୍ରତିଷ୍ଠା କରାଯାଇଥିଲା । ଏଥିଲାଗି ବହୁ ଦାବି, ଆନ୍ଦୋଳନ ହୋଇଥିଲା । ଏହା ପ୍ରଥମେ ଷ୍ଟେସନ ବଜାରରେ ଖୋଲାଯାଇଥିଲେ ମଧ୍ୟ ଅଦ୍ୟାବଧି ଭଡାଘରେ ଚାଲି ଆସୁଛି । ୨୦୧୯ ମସିହାରୁ ଏହା ଷ୍ଟେସନବଜାର ସିନେମାହଲ ନିକଟ ଏକ ଘରୋଇ ଗୃହରେ କାର୍ଯ୍ୟକରି ଆସୁଥିଲା । କିନ୍ତୁ ମାର୍ଚ୍ଚ ମାସଠାରୁ ଏଥିରେ ତାଲା ଝୁଲୁଛି । କର୍ମଚାରୀର ଅଭାବ ଦର୍ଶାଇ ପ୍ରଥମେ ସପ୍ତାହକୁ ୪ ଦିନ ଖୋଲାଯାଉଥିବା ବେଳେ ଗତ ମାର୍ଚ୍ଚ ମାସରୁ ସପ୍ତାହକୁ ଗୋଟିଏ ଦିନ ଖୋଲାଯାଉଥିଲା । ପ୍ରକାଶଯୋଗ୍ୟ ଏହି କାର୍ଯ୍ୟାଳୟରେ ବେକାର ଯୁବକ ଯୁବତୀମାନେ ନାମ ପଂଜିକରିଣ କରିଥାନ୍ତି । ଜିଲା ଓ ରାଜ୍ୟରେ କେତେ ବେକାର ରହିଛନ୍ତି ତାହା ଆକଳନ କରାଯାଇଥାଏ । ସରକାରଙ୍କ ଅବହେଳାରୁ ଏଥିରେ ତାଲା ଘୁଲୁଥିବାରୁ ଯୁବକ ଯୁବତୀମାନେ ନାମ ପଂଜିକରଣରୁ ବଂଚିତ ହେଉଛନ୍ତି । କିଛିଦିନ ପୂର୍ବରୁ ଅତିରିକ୍ତ ଡାକସେବକ, ସହକାରୀ ଡାକ ସେବକ ପଦବୀ ନିମନ୍ତେ ନାମ ପଂଜିକରଣ ବାଧ୍ୟତା ମୂଳକ ଥିବାରୁ ବହୁ ଯୁବକ ଯୁବତୀ ଏଥିରୁ ବଂଚିତ ହୋଇଛନ୍ତି । ଜିଲାପାଳ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାଳୟ ଖୋଲାଯିବାକୁ ଜଳେଶ୍ୱରର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦାବି ଜଣାଇଛନ୍ତି ।