ଜଳେଶ୍ୱର ଓଷ୍ଟା ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ …

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା ) ଜଳେଶ୍ୱର ଓଷ୍ଟା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଆଜି ସଂଧ୍ୟାରେ ବାଗପୁଞ୍ଜି ଶ୍ରୀ ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଯାପିୀତ ହୋଇ ଯାଇଛି । ଓଷ୍ଟା ଜଳେଶ୍ୱର ମଣ୍ଡଳ କାର୍ଯ୍ୟକାରୀ ସଭାପତି ମୂରଲୀ ମୋହନ ପ୍ରଧାନଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟକ କୁମାର ନାଥ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଶିଶୁ ମହୋତ୍ସବ ଏକ ବଳିଷ୍ଠ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାରୂପେ ଓଷ୍ଠାର ପୂର୍ବତନ ଜଳେଶ୍ୱର ମଣ୍ଡଳ ସଂପାଦକ ଶଶାଙ୍କ ଶେଖର ମହାନ୍ତି, ସମ୍ମାନୀତ ଅତିଥିରୂପେ ଜିଲା କାର୍ଯ୍ୟାକରୀ ସଭ୍ୟ ସଚିଦାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ ଓଷ୍ଟା ଜଳେଶ୍ୱର ମଣ୍ଡଳ ଯୁଗ୍ମ ସଂପାଦକ ଅଜିତ୍ କୁମାର ମହାନ୍ତି ଅତିଥି ମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ଶେଷରେ ମନୋରଂଜନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଓଷ୍ଟାର ଏପରି ଶିଶୁ ମହୋତ୍ସବକୁ ଭୂୟସୀ ପ୍ରଶଂସା କରିଥିଲେ । ଓଷ୍ଟା ଜଳେଶ୍ୱର ମଣ୍ଡଳ ସଭାପତି ସୁନିଲ କୁମାର ନାୟକଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତାରୂପେ ରାଜ୍ୟ ଓଷ୍ଟା ସଂଘର ଉପଦେଷ୍ଟା ଇନ୍ଦୁ ମାଧବ ମହାନ୍ତି, ସମ୍ମାନୀତ ଅତିଥିରୂପେ ରାଜ୍ୟ ଓଷ୍ଟା ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ମିଶ୍ର, ଜିଲା ଓଷ୍ଟା ସଭାପତି ଜିତେନ୍ଦ୍ର ବେହେରା, ଜିଲା ଓଷ୍ଟାର ସଂପାଦକ ବାଦଲ ଚନ୍ଦ୍ର ପାତ୍ର, ଜିଲା ଓଷ୍ଟାର ଉପସଭାପତି ସୁକୁମାର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୂରଲୀ ମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଓଷ୍ଟାର ଜଳେଶ୍ୱର ମଣ୍ଡଳ ସଂପାଦକ ମନୋରଂଜନ ଦାସ ସ୍ୱାଗତ ଅଭିଭାଷଣ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଶେଷରେ ଜଳେଶ୍ୱର ମଣ୍ଡଳ ଉପସଭାପତି ପ୍ରାଣକୃଷ୍ଣ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।    ରିପୋର୍ଟ : ଭୂପତି କୁମାର ପରିଡା