ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଜିଲ୍ଲା ଅଧିନରେ କାର୍ଯ୍ୟରତ କୃଷି କର୍ମଚାରୀମାନଙ୍କୁ ଗତ ୩ ମାସର ଦରମା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ, ଗତ ୨୦୧୯ ଅକ୍ଟୋବର ୩୦ ତାରିଖରେ ଏଠାରୁ ଜିଲ୍ଲା କୃଷି ଅଧିକାରୀ ସୁରେନ୍ଦ୍ର କୁମାର ମହାପାତ୍ର ଅବସର ନେବାରୁ ତାଙ୍କ ପଦବୀରେ କାହାକୁ ନିଯୁକ୍ତି ମିଳିନାହିଁ । ଫଳରେ ଗତ ନଭେମ୍ବର ଠାରୁ ଜାନୁଆରୀ ପର୍ଯ୍ୟନ୍ତ ଏହି କୃଷି ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ବ୍ଲକ ସ୍ତରୀୟ କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତଗ୍ରାମ୍ୟ କୃଷି ଅଧିକାରୀ ଓ କାର୍ଯ୍ୟାଳୟର ସହକାରୀ ମାନଙ୍କୁ ଦରମା ମିଳିନାହିଁ । ପ୍ରାୟ ୫୦ଜଣ କର୍ମଚାରୀ ଏହି ଦରମା ପାଇନଥିବାରୁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶଏହି କାର୍ଯ୍ୟାଳୟରେ ୨ଜଣ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିଥିଲେ ମଧ୍ୟ ଦରମା ଦେବା ନିମନ୍ତେ ସେମାନଙ୍କର କ୍ଷମତା ନ ଥିବା (ଡ୍ରଇଂ ପାୱାର) ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅତିଶୀଘ୍ର ଏପରି କ୍ଷମତା ବିଭାଗୀୟ କର୍ତ୍ତୃପକ୍ଷ ଜିଲ୍ଲା କୃଷି ଅଧିକାରୀ ପ୍ରଦାନ କରିବାକୁ ଦାବି ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା