ଜଳେଶ୍ୱର (ସମୃଦ୍ଧ ଓଡିଶା) ଏନ୍ଜିଟିର ନିର୍ଦ୍ଦେଶରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ସୈରାତ ବନ୍ଦ ଥିବା ବେଳେ ଗତ କିଛିଦିନ ଧରି କେତେକ ସ୍ଥାନରୁ ବେଆଇନ୍ ଓ ଚୋରାରେ ବହୁ ବାଲି ଟ୍ରାକ୍ଟର ଦ୍ୱାରା ଚାଲାଣ ହୋଇ ଆସୁଥିଲା । ଆଜି ଏ ସଂପର୍କରେ କେତେକ ସାମ୍ବାଦିକ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ସେ ନଦୀ କୂଳେ କୂଳେ କେତେକ ସ୍ଥାନ ପରିଦର୍ଶନ କରିଥିଲେ । ରାଇବଣିଆ ଥାନା ଅନ୍ତର୍ଗତ କେତେକ ସ୍ଥାନରୁ ବେଆଇନ୍ ଚୋରାବାଲି ଚାଲାଣ ହେଉଥିବାର ଦେଖି ସେ ୭ଟି ଟ୍ରାକ୍ଟରକୁ ଜବତ୍ କରି ରାଇବଣିଆ ଥାନାକୁ ନେଇଥିବା ଆଜି ସଂଧ୍ୟାରେ ଜଣାପଡିଛି । ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଚୋରା ବାଲି ଚାଲାଣ ବନ୍ଦ ହୁଅନ୍ତା ଓ ସରକାରୀ ରାଜସ୍ୱ ବୃଦ୍ଧି ପାଇବା ସହିତ ପ୍ରକୃତରେ ଆବଶ୍ୟକ ବାଲି ବିଭିନ୍ନ ସ୍ଥାନକୁ ଯାଇ ପାରନ୍ତା ବୋଲି ମତପ୍ରକାଶ ପାଇଛି । ସରକାରୀ କାର୍ଯ୍ୟରେ ଆବଶ୍ୟକ ବାଲି ଯୋଗାଇ ଦିଆଗଲେ ବିକାଶ କାର୍ଯ୍ୟ ତ୍ୱରାନ୍ନିତ ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତହସିଲଦାରଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା