ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନରେ ସଦର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଜଳେଶ୍ୱର ଓ ଭୋଗରାଇ ନିର୍ବାଚନ ମଣ୍ଡଳୀ ପାଇଁ ରିଣ୍ଟଣିଂ ରୂପେ ନିଯୁକ୍ତି ପାଇଥିବା ବେଳେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ତାଙ୍କୁ ନିର୍ବାଚିତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏସିଷ୍ଟାଣ୍ଡ ରିଟାଣିଂ ଅଫିସର (ଏଆରଓ) ଭାବେ ନିଯୁକ୍ତି ପାଇଛନ୍ତି । ଗତ ଏପ୍ରିଲ ୨ ତାରିଖ ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହିସବୁ ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ବିଧାୟକ ମାନଙ୍କ ଦ୍ୱାରା ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୦ ତାରିଖ ସ୍ମେନୋନୟନ ପାତ୍ର ଯାଞ୍ଚ କରାଯିବାପରେ ୧୨ ତାରିଖରେ ପ୍ରତ୍ୟାହାର କରିବା ଶେଷ ତାରିଖ ରହିଛି ବୋଲି ଏଆର୍ଓ ଶ୍ରୀ ପଣ୍ଡା ପ୍ରକାଶଳ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା