ଜଳେଶ୍ୱର ତହସିଲ କାର୍ଯ୍ୟାଳୟରେ ମୋ ସରକାର ହେଲ୍ପଡେକ୍ସ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସାଧାରଣଙ୍କ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ପ୍ରଚଳନ କରିଥିବା ବେଳେ ଶୁକ୍ରବାର ପୂର୍ବାହ୍ନ ଜଳେଶ୍ୱର ତହସିଲ କାର୍ଯ୍ୟାଳୟଠାରେ ଉପଜିଲାପାଳ ନିଲୁ ମହାପାତ୍ର ମୋ ସରକାର ହେଲ୍ପ ଡେକ୍ସକୁ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ଅବସରରେ ଶ୍ରୀ ମହାପାତ୍ର ଉପସ୍ଥିତ ତହସିଲର କର୍ମଚାରୀମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ମୋବାଇଲ ନଂ ଓ ଅଭିଯୋଗର ବିସ୍ତୃତ ବିବରଣୀ ପ୍ରଦାନ କଲାପରେ ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ସେମାନେ ସଠିକ୍ ସେବା ପାଉଛନ୍ତି କି ନାହିଁ ସମୀକ୍ଷା କରାଯିବ । ତତ୍‌ପରେ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା