
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ଏକ ଜନବାଦୀ ଇସ୍ତାହାର ପ୍ରକାଶ ପାଇଁ ପ୍ରୟାସ ଜାରି ରହିଥିବାବେଳେ ଜଳେଶ୍ୱର ବିଧାନସଭାମଣ୍ଡଳୀ ପାଇଁ ଏକ ସ୍ୱତନ୍ତ୍ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବ ବୋଲି କଂଗ୍ରେସର ପ୍ରବକ୍ତା ତଥା ଇସ୍ତାହାର କମିଟିର ସୁଦର୍ଶନ ଦାସ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଅଛନ୍ତି । ଜଳେଶ୍ୱର ପାଇଁ କଂଗ୍ରେସ ଦଳ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉକ୍ତ ଇସ୍ତାହାର ସ୍ଥାନ ଦେବ ବୋଲି ସେ ପ୍ରକାଶ କରିଅଛନ୍ତି । ଆସନ୍ତା ଫେବୃୟାରୀ ୮ତାରିଖରୁ ୧୫ଦିନ ପର୍ଯ୍ୟନ୍ତ ଏକ ସୁ-ସଜ୍ଜିତ ରଥ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୱାର୍ଡ଼ ଗୁଡ଼ିକୁ ପରିକ୍ରମା କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କୁ ଭେଟି ମତାମତ ସଂଗ୍ରହ କରିବ ବୋଲି ସେ ସୂଚନା ଦେଇଥିଲେ । ଆସନ୍ତର ୧ତାରିଖରେ ଜନମତ ସଂଗ୍ରହ ସଭା ଆୟୋଜିତ ହେବ ଏବଂ ସେଥିରେ ଜଳେଶ୍ୱର ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବି ଓ ସମାଜସେବୀମାନଙ୍କୁ ଆମନ୍ତ୍ରଣ କରାଯିବ ଏଥିପାଇଁ ସବୁ ବର୍ଗର ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ସେ କାମନା କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମଳନୀରେ ପୂର୍ବତନ ନଗରପାଳ ସୁନୀଲ ପରିଡ଼ା, କଂଗ୍ରେସ କମିଟିର ଜିଲ୍ଲା ସମ୍ପାଦକ ରାଜୀବ ପରିଡ଼ା , ସରପଞ୍ଚ ପଦ୍ମଲୋଚନ ବେହେରା ଓ ନଗର ଜୋନ୍ କମିଟି ସଭାପତି ଜଗଦିଶ୍ ପ୍ରସାଦ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା