ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁରେ ସାନି ମତଦାନ,୫ମ ଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଲାଗି କାଦରାୟାବାସୀ ନିଅନ୍ତୁ ବଜ୍ର ଶପଥ : ବିଜେଡି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୯ତାରିଖରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଭୋଟଦାନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କାଦରାୟା ପଂଚାୟତର ୧୮୭ ଓ ୧୮୯ ବୁଥରେ କେତେକ ଅଭିଯୋଗର ବିଚାର କରି ନିର୍ବାଚନ କମିଶନ ସାନି ମତଦାନର ନିର୍ଦ୍ଦେଶ ଦେଇଛନ୍ତି । ସାନି ମତଦାନ ଆସନ୍ତା ୧୯ ତାରିଖରେ ହେବାକୁ ଥିବାରୁ ଆଜି ଥିଲା ପ୍ରଚାରର ଶେଷ ଦିନ । ତେଣୁ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ବିଧାୟକ ଅଶ୍ୱିନୀ କୁମାର ପାତ୍ର ଦୁହେଁ ଉକ୍ତ ବୁଥ୍ ଅଂଚଳକୁ ଯାଇ ଭୋଟର ମାନଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି । ଆସନ୍ତା ୨୩ତାରିଖ ପରେ ୫ମ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଦୃଷ୍ଟିରୁ ବିଧାୟକ ପ୍ରାର୍ଥୀଙ୍କୁ ଏବଂ ବାଲେଶ୍ୱର ସାଂସଦ ମଣ୍ଡଳ ବିକାଶ, ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା, ପଂଚୁପଡା ପୋଲ, ବାଲେଶ୍ୱର ଜିଲାର ୪ଟି ରେଳ ଓଭରବ୍ରିଜ୍ କାର୍ଯ୍ୟ ତ୍ୱରାନ୍ନିତ, ବସ୍ତାରୁ ଦୀଘା ରାସ୍ତା ନିର୍ମାଣ ଓ ପନ୍ତେଇପୋଲ ନିର୍ମାଣ ଲାଗି ସାଂସଦ ଇଂ ରବୀନ୍ଦ୍ର ଜେନାକୁ ଭୋଟ ଦେବାକୁ ବିଜେଡି ଆହ୍ୱାନ ଦେଇଛି । ଅନ୍ୟ ମାନଙ୍କ ମଧ୍ୟରେ ବସ୍ତା ବିଜେଡି ସଭାପତି ତ୍ରୀଲୋଚନା ବେହେରା, ମହାଦେବ ଦାସ, କାଦରାୟାଁ ସରପଂଚ ସେକ୍ଅବଦୁଲ ଫିରୋଜୁଦ୍ଦିନ, ସେକ୍ ଅବଦୁଲ ଗନି, ସେକ୍ ମଣ୍ଟୁ, ସେକ୍ ରୋସନ, ସେକ୍ କାଲୁ, ସେକ୍ ରମୁ, ସେକ୍ ଜୈରୁଦ୍ଦିନ, ବସ୍ତା ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଅନୀଲ ମହାନ୍ତି, ମଧୁସୂଦନ ସେନାପତି, ଆଇନ୍ଜିବୀ ନିତ୍ୟଗୋପାଳ ଦାସ, ସମିତି ସଦସ୍ୟ ତୁଳସୀ ଦତ୍ତ ଓ ୧୪ଟି ପଂଚାୟତର ବିଜେଡିର ସଭାପତି ଓ ନିର୍ବାଚିତ ସରପଂଚ ସଦସ୍ୟମାନେ ଉପସ୍ଥିତ ରହି ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା