ଜଳେଶ୍ୱର-ପଶ୍ଚିମବାର୍ଡ ରାସ୍ତା ନିର୍ମାଣରେ ଅହତୁକ ବିଳମ୍ବ : ଯାତ୍ରୀ ହନ୍ତସନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତରେ ଥିବା କେତେକ ମୁଖ୍ୟ ରାସ୍ତା ଗୁଡିକର ଦୂରବସ୍ଥା ଯୋଗୁଁ ଦୁର୍ଘଟଣା ବଢିବାରେ ଲାଗିଛି । ସେଥିରୁ ଜଳେଶ୍ୱର-ବାଲିଆପାଳ ଆନ୍ତଃବ୍ଲକ ରାସ୍ତାର ୯ କି.ମି ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । ମରାମତି ଲାଗି ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ବେଳେ ପୁର୍ତ୍ତ ଓ ଆର୍ଡି ବିଭାଗର ଉଦାସୀନତାକୁ ଦାବି କରାଯାଇ ଆସୁଛି । ଜଳେଶ୍ୱର ବ୍ଲକର ଉତ୍ତର ଉପାନ୍ତ ରାସ୍ତା ଗୁଡିକ ମଧ୍ୟରେ ଜଳେଶ୍ୱର-ଦୀଘା ରାସ୍ତାର ଆମ୍ବଳିଅଠା ଛକଠାରୁ ସୋଲପଟା, ସୁଗୋଠାରୁ ସୋଲପଟା, ସୁଗୋ ମହାକାଳଠାରୁ ପଶ୍ଚିମବଂଗର ବେଲବାରିଆ, ନେତୁଆ ପଂଚାୟତ ଅଫିସ୍ଠାରୁ ଆଡିନଗା ଯାଏ ରାସ୍ତାର ଦୂରବସ୍ଥା ଅବର୍ଣ୍ଣନୀୟ । ଏହା ବ୍ୟତୀତ ଜଳେଶ୍ୱରରୁ ବାଲିଆପାଳ ଯାତାୟାତ ଲାଗି ୧୯୯୭ମସିହାରେ ସୁବର୍ଣ୍ଣରେଖା ନଦୀର ସେତୁ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରାସ୍ତାରେ ବଡ ବଡ ଖାତ ଥିବାରୁ ଏବଂ ମୋଟ ୧୫ କି.ମି ରାସ୍ତାର ୯ କି.ମି ଅଗମ୍ୟ ହୋଇଛି । ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନାଙ୍କ ପ୍ରଚେଷ୍ଟାରେ ୬ କିମି ରାସ୍ତା କଂକ୍ରିଟ ହୋଇଥିବାରୁ ୬୦ନଂ ଜାତୀୟ ରାଜପଥରୁ ସରସିଦା ଯାଏ ଏହି ରାସ୍ତାର ନବୀକରଣ ଓ ମରାମତି କାର୍ଯ୍ୟ ଶେଷ ହୋଇଛି । ସରସିଦା ଠାରୁ ପଶ୍ଚିମବାର୍ଡ ଯାଏ ୯ କିମି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ସେଥିଲାଗି ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ନିର୍ମାଣ ହେଉନଥିବାରୁ ପ୍ରତିଦିନ ଦୁର୍ଘଟଣା ବଢୁଥିବା ଜନଅସନ୍ତୋଷ ବୃଦ୍ଧି ପାଉଛି । ଏହି ଆନ୍ତଃବ୍ଲକ ସ୍ତରୀୟ ରାସ୍ତାରେ ବାଲିଆପାଳ, ଜଳେଶ୍ୱର ଅଂଚଳର ଦୈନିକ ଯାତାୟାତ ଓ ପନିପରିବା ବିକ୍ରି ପାଇଁ ଯାଇଥାଏ । ଛାତ୍ର-ଛାତ୍ରୀମାନେ ଶିକ୍ଷାଲାଭ, ରୋଗୀମାନେ ଚିକିତ୍ସା ପାଇଁ ଯାତାୟାତ କରିପାରୁ ନ ଥିବାରୁ ସେ ଅଂଚଳର ନେତୃବୃନ୍ଦ, ବୁଦ୍ଧିଜିବୀ, ଶିକ୍ଷାବିତ୍ମାନେ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା