ଜଳେଶ୍ୱର,(ସମୃଦ୍ଧ ଓଡିଶା)ଜଳେଶ୍ୱର ପୈାର ପରିଷଦ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନ ୪ଟା ସମୟରେ ଆୟୋଜିତ ଉତ୍ସବରେ ବିଧାୟକ ଅଶ୍ୱିନୀ ପାତ୍ର ପୈାରାଂଚଳର ୬ଜଣ ବ୍ୟକ୍ତିଙ୍କୁ କଳାକାର ଭତା ପ୍ରଦାନ କରିଛନ୍ତି । ମାସକୁ ୧୨ଶହ ଟଙ୍କା ହିସାବରେ ଦୁଇ ମାସର ମୋଟ ୨୪ ଶହ ଟଙ୍କାର ଏକ ଚେକ୍ ସେମାନଙ୍କୁ ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କଳାକାରର ଜୀବନ ଅନ୍ୟକୁ ହସାଇ କନ୍ଦାଇ ଦର୍ଶକ ମାନଙ୍କୁ ଏକ ଭିନ୍ନ ଜଗତକୁ ନେଇ ଯାଉଥିବା ବେଳେ ସେମାନଙ୍କ ଅଭିନୟ ଓ ସଂଙ୍ଗୀତରେ ଆମେ ମଜ୍ଜି ଯାଇଥାଉ ବୋଲି କହିଥିଲେ । ଭତା ପାଇଥିବା ବ୍ୟକ୍ତି ମାନେ ହେଲେ ନାଟ୍ୟକାର ତଥା ନିର୍ଦ୍ଦେଶକ ରାଧାକୃଷ୍ଣ ଗିରି, ସଙ୍ଗୀତଜ୍ଞ ଗଣେଶ ଜେନା, ଯାତ୍ରା କଳାକାର ରାଧାରାଣୀ ବେହେରା(ଟିକିଲି), ପୂର୍ଣ୍ଣିମା ପ୍ରଧାନ, ବାଦ୍ୟକାର ବାଂଛାନିଧି ଜେନା ଓ ରବିନ୍ଦ୍ର ପରିଡା । ପ୍ରାରମ୍ଭରେ ପୈାର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଧାରୀ ବାରିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠକ(ସି.ଓ) ଜ୍ୟୋସ୍ôନା ରାଣୀ ପତି, ହିସାବ ରକ୍ଷକ ପ୍ରଦୀପ କୁମାର ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା