ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବଣିକ ସଂଘର ନିର୍ବାଚନ ଶେଷ ହୋଇଛି । ଏଥିରେ ସଭାପତିଭାବେ ସୁଧିର କୁମାର ମହାନ୍ତି କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର କାମିଳା, ସଂପାଦକ ରାମଭରୋଷ ସାହୁ, କୋଷାଧ୍ୟକ୍ଷ ଶକ୍ତି ଶଂକର ମାଇତି ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଜୟନ୍ତ କୁମାର ଦେ, କ୍ଷେତ୍ର ମୋହନ ଗିରି, ମିର୍ ଲାଲଚାନ୍ଦ, ସରୋଜ ଦତ୍ତ, ସେକ୍ ଜାହିଦ୍, ସୁଶାନ୍ତ କୁମାର ପ୍ରଧାନ, ରବିନ୍ଦ୍ର କୁମାର ଦାସ ପ୍ରମୁଖ ନିର୍ବାଚିତ ହୋଇଥିବା ନିର୍ବାଚନ କରିଚାଳନା କରିଥିବା ଆଇନ୍ ଉପଦେଷ୍ଟା ଚିନ୍ମୟ କୁମାର ଦାସ, ଉପଦେଷ୍ଟା ରମାକାନ୍ତ ଭଂଜ ପ୍ରକାଶ କରିଛନ୍ତି । ଆୟୋଜିତ ସଭାରେ ବିଦାୟୀ ସଭାପତି ପୌରହିତ୍ୟ କରିଥିଲେ । ନବନିର୍ବାଚିତ ସଭାପତି ସୁଧିର କୁମାର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଲେ ସର୍ବପୁରାତନ ସଂଗଠନ ଜଳେଶ୍ୱର ବଣିକ ସଂଘର ସଭାପତିରୂପେ ମୁ ନିର୍ବାଚିତ ହୋଇଥିବାରୁ ନିଜକୁ ଗୌରବାନ୍ନତି ମନେକରୁଛି । ଜଳେଶ୍ୱରବାସୀଙ୍କ ଠାରେ ବିଭିନ୍ନ କାର୍ଯ୍ୟପାଇଁ ଉତ୍ତର ଦାୟୀ ହେବା ସଂଗେ ସଂଗେ ଜଳେଶ୍ୱର ବସ୍ ଷ୍ଟାଣ୍ଡ ନିର୍ମାଣ, ସହରରୁ ଜଳନିଷ୍କାସନର ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ୧୯୮୮ ମସିହାରୁ ଜଳେଶ୍ୱର ବଣିକ ସଂଘ ଗଠନ ହୋଇଥିଲେ ମଧ୍ୟ ଏବେ ସମାଜସେବୀ ଡ. ରମାକାନ୍ତ ଭଂଜଙ୍କ ଜମିଦାନ ଓ ବିଷ୍ଣୁପଦ ମହାନ୍ତିଙ୍କ ଅର୍ଥଦାନରେ ସଂଘର ସ୍ଥାୟୀ ଗୃହ ନିର୍ମାଣ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା