ଜଳେଶ୍ୱର ବିକାଶ ଓ କୃଷି-ଶିଳ୍ପ-ବାଣିଜ୍ୟ ମହୋତ୍ସବ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ଶାନ୍ତିଆ ଷ୍ଟୋଡିୟମ ପଡିଆରେ ୧୦ ଦିନ ଧରି ଚାଲିଥିବା ଜଳେଶ୍ୱର ବିକାଶ ଓ କୃଷି-ଶିଳ୍ପ-ବାଣିଜ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ କାର୍ତ୍ତୀଚନ୍ଦ୍ର ଗିରି ଅଧ୍ୟକ୍ଷତା କରିଥିଲେ । ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷକ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉପାନ୍ତ ଅଂଚଳରେ ମହୋତ୍ସବ ସଂସ୍କୃତି ଓ ପରମ୍ପରାକୁ ଉଦଯାବିତ କରିବା ସହ ଭାଇଚାରା ସୃଷ୍ଟି କରିଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ସବଜେଲର୍ ଅନୁସୂୟା ଷଡଙ୍ଗୀ ସମ୍ମାନିତ ଅତିଥିଭାବେ ବିଜେଡିର ଯୁବନେତା କନିଷ୍କ ବୋଧିସତ୍ୱ, ଆଇନଜୀବୀ ପତିତପାବନ ପ୍ରଧାନ, ବାଣିଦାସ ମହାପାତ୍ର, ସୁନୀଲ ମହାନ୍ତି, ରମେଶ ଚନ୍ଦ୍ର ପାତ୍ର ଓ ଓଷ୍ଟ ନେତା ସୁକୁମାର ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ । କେତେକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ବ୍ୟବସାୟୀ ସୁମିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବର ଅନ୍ୟତମ ମୁଖ୍ୟ ମଞ୍ଚ ଆହ୍ୱାନ କରିଥିବା ବେଳେ ଅନନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମଞ୍ଚରେ ବଲାଙ୍ଗିର ଢୋଲମହୁରୀ ତାଳେ ତାଳେ ଦର୍ଶକମାନେ ଝୁମିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା