ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି ଗତକାଲି ଅପରାହ୍ନରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ୍ କୁମାର ନାୟକଙ୍କ ଠାରେ ନିଜର ୩ ସେଟ୍ ମନୋନୟନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ମହାନ୍ତି ଝାଡେଶ୍ୱର ମନ୍ଦିର ଠାରୁ ପୂଜାର୍ଚ୍ଚନା କରିବାପରେ ଏକ ବିଶାଳ ର୍ୟାଲିରେ ଅନିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ, ନଗର ସଭାପତି ଦ୍ରୁବଚରଣ ପାଳ, ପୂର୍ବତନ ଜିଲାପରିଷଦ ସଭ୍ୟ ଶାନ୍ତନୁ ପଟ୍ଟନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁମିତ୍ରା ଦାସ ମହାପାତ୍ର, ବିଜେପି ନେତା ସିର୍ଦ୍ଧାର୍ଥ ଶଂକର ପାଳ, ମାନସ ଦାସମହାପାତ୍ର, ମିଡିଆ ପ୍ରଭାରୀ ସୁବ୍ରତ ଘୋଷ, ଯୁବନେତା ଦିବ୍ୟକାନ୍ତ ମହାନ୍ତି, ଯୁବମୋର୍ଚ୍ଚା ନେତା ଫାଲ୍ଗୁନୀ ପାଣିଗ୍ରାହୀ, ମାନସ କୁମାର ପାଠୀ, ରାଜେସ ସାହୁ, ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବିଶ୍ୱରୂପ ଦାସ, ଅଶୋକ ପରିଡା, ତପନ ବିଶ୍ୱାଳ, ପ୍ରକାଶ ମହାନ୍ତି ଓ ସୁଦ୍ଧାଂଶୁ ସେଖର ଘୋଷ ପ୍ରମୁଖ ନେତୃବୃନ୍ଦ ଏଥିରେ ସାମିଲ ଥିଲେ । ବରିଷ୍ଠ ଆଇନ୍ଜିବୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ହରେକୃଷ୍ଣ ଦାଶ, ଜିଲା ମିଡିଆ ପ୍ରଭାରୀ ଗୌରାଙ୍ଗ ଦାସ, ନିର୍ବାଚନ ମଣ୍ଡଳୀ ମହିଳାମୋର୍ଚ୍ଚା ପ୍ରଭାରୀ ଅଭିପ୍ସା ନାୟକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା