ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱ କରୋନା ସଂକ୍ରମିତ ହୋଇଥିବା ବେଳେ ଓଡିଶାରେ ତାର ପ୍ରଭାବ ଯୋଗୁଁ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ଘଟିଛି । ସମଗ୍ର ଜିଲାରେ ୯୯ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ରେ ପାସ୍ କରିଥିବା ବେଳେ ଜଳେଶ୍ୱର ବ୍ଲକରେ ୬ଜଣ ଅଛନ୍ତି । ଜଳେଶ୍ୱର ହାଇସ୍କୁଲର ଶୁଭ୍ରଜିତ୍ ମୁଖୀ ୫୫୩ ନଂମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜଳେଶ୍ୱର ହାଇସ୍କୁଲର ରଶ୍ମୀରେଖା କର ୫୪୮ରଖି ଦ୍ୱିତୀୟ, ସୁଦୀପା ଦେ ୫୪୩ରଖି ଚତୁର୍ଥ, ସ୍ମୃତିପ୍ରିତମ୍୍ ଦାସ ୫୪୧ ରଖି ୫ମ ସ୍ଥାନ ଅଧିକାର କରିଥିବା ବେଳେ ନାମ୍ପୋ ହାଇସ୍କୁଲର ଆଦ୍ୟାସା ଦେ ୫୪୫ ନମ୍ବର ରଖି ତୃତୀୟ ଓ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଉଷାରାଣୀ ପ୍ରଧାନ ୫୪୦ ନମ୍ବର ରଖି ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସୂଚନା ଅନୁଯାୟୀ ଏ୧ ଗ୍ରେଡ୍ରେ ୬ଜଣ, ଏ୨ ଗ୍ରେଡ୍ରେ ୩୫ଜଣ, ବି୧ ଗ୍ରେଡ୍ରେ ୯୧ଜଣ, ବି୨ ଗ୍ରେଡ୍ରେ ୧୭୬ ଜଣ, ସି ଗ୍ରେଡରେ ୩୩୭ଜଣ, ଡି ଗେଅଡ୍ରେ ୫୧୧ ଜଣ, ଇ ଗ୍ରେଡ୍ରେ ୧୨୭୮ ଜଣ ଓ ୪୭୮ ଜଣ ପିଲା ଫେଲ ହୋଇଥିବା ବେଳେ ୩୮ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଓ ୨ଜଣ ମାଲ୍ପ୍ରାକ୍ଟିସ୍ ହୋଇଥିବା ଜଣାଯାଇଛି । ୨୯୫୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୪୩୪ଜଣ ପାସ୍ କରିଥିବାରୁ ପାସ୍ହାର ୮୨.୪୫ ବୋଲି ଜଣାଯାଇଛି । କୃତି ଛାତ୍ରଛାତ୍ରୀଙ୍କୁ ଓଷ୍ଠାର ଜିଲା ସଂପାଦକ ମନୋରଂଜନ ଦାସ ଓ ବ୍ଲକ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ସଂଗଠନ ପକ୍ଷରୁ ଶୁଭେଚ୍ଛା ଜଣାଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା