ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଛିମପୁର ପଂଚାୟତର ଉପାନ୍ତ ଗାଁ ଆମ୍ବଳିଅଠାରେ ୧୫ଜଣ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ଆସନ୍ତା ସୋମବାର ଦିନ ୧୨ଟାରୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ । ପ୍ରତିଦିନ ଦ୍ୱି ପ୍ରହରରୁ ସକାଳ ୫ଟା ଯାଏ କରୋନା ଆଇନ୍ ଲାଗୁ ସଂପର୍କରେ ଆଜି ମାଇକ୍ରେ ଗାଁ ଯାକ ସୂଚନା ଦିଆଯାଇଛି । ଏହି ଗାଁରେ ୧୫ଜଣ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ପରିବାରରୁ ୮ଜଣ ଚିହ୍ନଟ ହୋଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସରପଂଚ ଦୀପାଳୀ ଜେନା କହିଛନ୍ତି । ସଟ୍ଡାଉନ୍ର କୋହଳ ନିୟମ ଲାଗୁ କରାଯାଇଥିବାରୁ ଅଧିକ କଟକଣା ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ସକାଳ ୫ରୁ ଦିନ ୧୨ଟା ପରେ ଏହି ନିୟମକୁ କଡାକଟି କରାଯିବ ବୋଲି ସେ କହିଛନ୍ତି । ଆସନ୍ତା ସୋମବାର ଏପରି କଟକଣା ଲାଗୁ ହେବାକୁ ଥିବା ବେଳେ ଗାଁର ଆଶା ଓ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ଜ୍ୱର, ଥଣ୍ଡା, କାଶ, ଡାଇବେଟଇସ୍ ଇତ୍ୟାଦି ରୋଗୀ ଚିହ୍ନଟ କାର୍ଯ୍ୟ ଚାଲୁ ରହିଛି ।
ରିପୋର୍ଟ : ଭୂପତି କୁମାର ପରିଡା