ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତମାସ ଡିସେମ୍ବର ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଜଳେଶ୍ୱର ବ୍ଲକର ୩୫ଟି ପଞ୍ଚାୟତରେ ପିଠା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର ମାଧ୍ୟମରେ ପଂଚାୟତବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରିବା ସଂଗେ ସଂଗେ ସେଠାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, କଳାକାର ଭତ୍ତା, ବିକଳାଙ୍ଗ ଭତ୍ତା ସାଂଗକୁ ବିଜୁପକ୍କା ଘର ନିମନ୍ତେ କାର୍ଯ୍ୟାଦେଶ, ବିଦ୍ୟୁତ୍ ସଂଯୋଗ ପ୍ରଭୃତି ପ୍ରଦାନ କରାଯାଇଥାଏ । ଏହି ପରିପ୍ରକ୍ଷୀରେ ନାମ୍ପୋ ପଞ୍ଚାୟତର କୁଞ୍ଜ ବାଡି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ଆଇନ୍ଜିବୀ ବିଷ୍ଣୁ ଦାସ ମହାପାତ୍ର ପୌରହିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଜଳେଶ୍ୱର ବ୍ଲକର କଳାକାର ସହାୟତା ପାଇଁ ମଂଜୁର ହୋଇଥିବା ସର୍ବମୋଟ ୮୩ଟି ଭତ୍ତା ମଧ୍ୟରୁ ୨୪ଟି ଭତ୍ତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁକୁମାର ରଣା, ପୂର୍ବତନ ସରଂପଚ ମାନସ ଜେନା, ସରପଂଚ ସଂଜୟ କୁମାର ସୀଟ, ସମିତି ସଭ୍ୟ ପଶୁପତି ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବିହାରୀ ଜେନା, ଜିଲା ଶ୍ରମ ଅଧିକାରୀ ସଂଜୟ କୁମାର ଜେନା, ସମାଜସେବୀ ଜାମିନୀ ଦତ୍ତ, ବ୍ରଜଗୋପାଳ ଦାସ ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ । ଏଥିରେ ବରିଷ୍ଠ କଳାକାର ରାଧାକୃଷ୍ଣ ରଣା, ବୈଦନାଥ ଦାସ, ଚନ୍ଦ୍ରମୋହନ ରାଉଳଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଦୁଇଭାଇ ପାଲା ପରିଷଦ ପକ୍ଷରୁ ପାଲା ପରିବେଷଣ କରିଥିଲେ ।
ସେହିପରି ଅନୁରୂପଭାବେ ରାୟାଁରାମଚନ୍ଦ୍ରପୁର ଗ୍ରାମପଂଚାୟତ କୁଂଜ ପଡିଆଠାରେ ଜିଲାପରିଷଦ ସଦସ୍ୟା ସାବିତ୍ରୀ ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଆର୍ଡିଏର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଅଜୟ କୁମାର ସେଠୀ, ବିଡିଓ ନିତ୍ୟାନନ୍ଦ ସାହୁ, ସରପଂଚ ଶୁଭସ୍ମିତା ଦାସ, ସମାଜ ସେବି ପ୍ରବୀର କୁମାର ଦାସ, ଭୂପତି ପରିଡା, ମଧୁସୂଦନ ସେନାପତି, ବ୍ଲକ ସିପି ତାପସ କୁମାର ଭୂୟାଁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଶେଷରେ ସପନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଅମର କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୱରେ ଅନୁଷ୍ଠିତ ଶ୍ରୀରାମପୁର ପଂଚାୟତର ପିଠା କାର୍ଯ୍ୟକ୍ରମରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ସରପଂଚ ଆରତୀ ଗିରି, ସମାଜସେବି ଆଲୋକ କୁମାର ଗିରି, ଜୟନ୍ତ ଦାସ ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ରହି ଭତ୍ତାଧାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ । ସମିତି ସଭ୍ୟା ପୁଷ୍ପଲତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା