ଜଳେଶ୍ୱର (ସମୃଦ୍ଧ ଓଡିଶା) ଲୋକ ସଂଖ୍ୟା ଓ ଭୌଗଳିତ ଦୃଷ୍ଟିକୋଣରୁ ଜଳେଶ୍ୱର ବ୍ଳକରେ ୨ଟି ନୂତନ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ ଲୋକାର୍ପିତ ହୋଇଥିବା ଜଣାଯାଇଛି । ଛମୌଜଠାରେ ଏକ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟକୁ ବରିଷ୍ଠ ନାଗରିକ ମଂଚର ସଭାପତି ଶରତ ଚନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ଏଥିରେ ସରପଂଚ ପ୍ରତିନିଧି ରବିନ୍ଦ୍ର ନାଥ ଜେନା ସଭାପତିତ୍ୱ କରିଥିଲେ । ରାଜସ୍ୱ ନିରିକ୍ଷକ ଭାବେ ସୃଷ୍ଟିଧର ପଟ୍ଟନାୟକ ଯୋଗଦେଇ ଆଗାମୀ ଦିନରେ ଜନସାଧାରଣଙ୍କୁ ଜଷ୍ଟିସ୍ ଏଟ୍ ଦି ଡୋର ନ୍ୟାୟରେ ସୁବିଧା ସୁଯୋଗ ଦେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୂପେନ୍ଦ୍ର ନାଥ ପତି, ଜନାର୍ଦ୍ଦନ ଦାସ, ବିଭୁରେନ୍ଦ୍ର ଦେ, ବିଜୟ କୁମାର ଜେନା, ଲେଲିନ୍ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ହୁଇ, ବିନୋଦ ବିହାରୀ ମହାପାତ୍ର, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନୁରୂପ ଭାବେ ଗୋବାଘଟା ପଂଚାୟତ କାର୍ଯ୍ୟଳାୟରେ ନୂତନ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବାରୁ ନୂତନ ଆର୍ ନିଯୁକ୍ତି ପାଇଛନ୍ତି । ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଚେଷ୍ଟାରେ ୨ଟି ସ୍ଥାନରେ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବାରୁ ସୂର୍ଯ୍ୟାନନ୍ଦ ପାଳ, ବିଶ୍ୱଜିତ୍ ପାଳ, ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ମାନସ ଜେନା, ସରପଂଚ ମିନତୀ କର, ଯୁବଛାତ୍ର ସଭାପତି ଚନ୍ଦନ କର, ବ୍ଳକ ସଦସ୍ୟ ନାଥୁରାମ ହେମ୍ବ୍ରମ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା