

ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଳକ ଅନ୍ତର୍ଗତ ଖୁଲୁଡା ଗ୍ରାମ ପଞ୍ଚାୟତର ବଡନଗର ଛକ ଠାରେ ଖୁଲୁଡା ଜନସେବା କେନ୍ଦ୍ରର ଆଧାର ଅନଲାଇନ୍ ଡେମୋଗ୍ରାଫିକ ସଂଶୋଧନ କେନ୍ଦ୍ର ଗତକାଲି ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରରେ ମୂଖ୍ୟ ବିଶ୍ଵଜିତ କରଣ ପରିଚାଳନା କରି ଲୋକଙ୍କୁ ଆଧାର ସଂଶୋଧନ କରାଇବା ସଙ୍ଗେ ସଙ୍ଗେ ଆଧାର ସେବା ଯୋଗାଇ ଦେବେ ବୋଲି କହିଥିଲେ ଏବଂ ଆଧାର କାର୍ଯ୍ୟାଳୟ ଉଦଘାଟନରେ ମୂଖ୍ୟ ଅତିଥି ସିଏସସିର ଜିଲ୍ଲା ମୁଖ୍ୟ ଦେବପ୍ରସାଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହି କେନ୍ଦ୍ରରେ ଆଧାର ସଂଶୋଧନ, ବ୍ୟାଙ୍କ୍ ସେବା, ଇନସୁରାନ୍ସ ଓ ଅନ୍ୟ ସରକାରୀ ସେବା ସୁଚାରୁରୂପେ ଗ୍ରାମାଞ୍ଚଳ ବାସିନ୍ଦା ପାଇ ପାରିବେ ବୋଲି କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଶିବାନୀ କରଣ, ଗିରିଜା ଶଙ୍କର ଦାସ, ସୁଶାନ୍ତ କୁମାର ସିଟ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ ଉତ୍ସବରେ ସହଯୋଗ କରିଥିଲେ ।