ଜଳେଶ୍ୱର ବ୍ଲକ : ନବୋଦ୍ୱୟ ପ୍ରବେଶ ପରୀକ୍ଷାରେ ଭାଗନେଲେ ୬୨୨ ଛାତ୍ରଛାତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସର୍ବଭାରତୀୟ ସ୍ତରରେ ମେଧାଯୁକ୍ତ ଗୁଣବତ୍ତା ଶିକ୍ଷାପଦ୍ଧତି ଲାଗି କେନ୍ଦ୍ର ସରକାରଆରମ୍ଭ କରିଛନ୍ତି ନବୋଦ୍ୱୟ କେନ୍ଦ୍ରୀୟ ବିଦ୍ୟାଳୟ । ଏଠାରେ ରହିବା, ଖାଇବା ଓ ଶିକ୍ଷାଦାନ ମାଗଣାରେ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାର ବ୍ୟବସ୍ଥା ଥିବାରୁ ଏଥିପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଧିକ ଧ୍ୟାନ ଦେଇଥାନ୍ତି । ତେଣୁ ଚଳିତବର୍ଷ ଅନ୍‌ଲାଇନ୍‌ରେ ଫର୍ମପୁରଣର ବ୍ୟବସ୍ଥ ହୋଇଥିବାରୁ ଜଳେଶ୍ୱର ବ୍ଲକରେ ଜଳେଶ୍ୱର ହାଇସ୍କୁଲ ପ୍ରବେଶିକା ପରୀକ୍ଷା କେନ୍ଦ୍ରରେ ୪୪୦ ଓ ରାଇବଣିଆର ରାଇବଳିଆର ସିଂ ହାଇସ୍କୁଲର ୨୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିଲା । ଆଜି ୧୧.୩୦ରେ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଜଳେଶ୍ୱରରେ ୩୯୬ ଓ ରାଇବଣିଆରେ ୨୨୬ ଜଣ ପିଲା ପରୀକ୍ଷା ଦେଇଛନ୍ତି । ମାତ୍ର ବ୍ଲକର ୨ ସ୍ଥାନର ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ ପ୍ରଧାନ ଶିକ୍ଷକମାନଙ୍କ ଅଧିନରେ ପରୀକ୍ଷା ପରିଚାଳନା ହୋଇଥିବା ବେଳେ ନବୋଦ୍ୱୟର କ୍ଲଷ୍ଟର ଲେଭେଲେ ଅବ୍‌ଜରଭରମାନଙ୍କ ତତ୍ୱାବଧାନରେ ପରୀକ୍ଷା ପରିଚାଳନା ହୋଇଥିଲା । ପ୍ରକାଶଯୋଗ ଅନ୍‌ଲାଇନ୍‌ରେ ପରୀକ୍ଷା ହେଉଥିବାରୁ ବହୁ ସମୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ର ଜାଣି ନ ପାରିବା ଫଳରେ ଏ କେନ୍ଦ୍ରରୁ ସେ କେନ୍ଦ୍ରକୁ ଦୌଡାଦୌଡି କରୁଥିବା ଦେଖିବାକୁ ମିଳିଛି । ତେଣୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷିକାମାନେ ସେମାନଙ୍କ ପିଲାମାନଙ୍କୁ ଠିକ୍‌ଭାବେ ସୂଚନା ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା