ଜଳେଶ୍ୱର ବ୍ଲକ ମ୍ୟାଟ୍ରିକ ଶ୍ରେଷ୍ଠ ପରୀକ୍ଷାର୍ଥୀଙ୍କୁ ୩ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜଳେଶ୍ୱର ହାଇସ୍କୁଲ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଏ୧ ଟପ୍ପର ମାନଙ୍କୁ ତଥା ଓଡିଆରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଂପାଦକ କମଳ ଚକ୍ରବର୍ତ୍ତୀ, ବ୍ଲକ ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର, ସଂପାଦକ ଆଇନ୍ଜିବୀ ଚିନ୍ମୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ଘରୋଇ ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ସର୍ବଧିକ ନମ୍ବର ରଖିଥିବା ବେଳେ ସରକାରୀ ଅନୁଷ୍ଠାନ ମାନଙ୍କରେ ସେପରି ହେଉନଥିବା ଦୁଃଖର ବିଷୟ ବୋଲି କହିଥିଲେ । ୯୦ ପ୍ରତିଶତରୁ ଅଧିକ ମେଟ୍ରିକ ସ୍ତରରେ ରଖିଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ କିପରି ଶିକ୍ଷାଲାଭ କରୁଛନ୍ତି ତାହା ସାମାଜିକ ସ୍ତରରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ । ଫକୀରମୋହନ ବିଶ୍ୱ ବିଦ୍ୟାଳୟର ସିନେଟ୍ ସଦସ୍ୟ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ପ୍ରଫେସର ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ଜିତାରାମ ଦେ ଯୋଗ ଦେଇ ଲକ୍ଷ ବିପର୍ଯ୍ୟସ୍ତ ହେଲେ ଜୀବନ ହିନିମାନ ହୁଏ । ଶିକ୍ଷାୟତନ ମଧ୍ୟରୁ ଏକ ଜାତି ଗଠନ କରିବାଲାଗି ଶିକ୍ଷକମାନେ ପ୍ରତିଜ୍ଞବଦ୍ଧ ହେବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ସଂପାଦକ ମନୋରଂଜନ ଦାସ, ସୁକୁମାର ମିଶ୍ର, ନୋଡାଲ ଅଫିସର ମୁରଣୀ ମୋହନ ପ୍ରଧାନ, ପ୍ରଧାନ ଶିକ୍ଷକ ଶାଇକାନ୍ତ ପ୍ରଧାନ, ସୁଦର୍ଶନ ପ୍ରଧାନ, କପିଳେଶ୍ୱର ମହାନ୍ତି, ଅରୁଣ ବେଜ, ସୁବଳ ଚନ୍ଦ୍ର ପରିଡା, ମନୋରଂଜନ ଦାସ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ, ଅଜିତ୍ କୁମାର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ହରେକୃଷ୍ଣ ଜେନା ମଂଚ ଆହ୍ୱାନ ଓ ସୂଚନା ଦେଇଥିବା ବେଳେ ଜଳେଶ୍ୱର ଉଚ୍ଚ ନୋଡାଲ ବିଦ୍ୟାଳୟର ୩ ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ଏ୧ ସ୍ଥାନ ଅଧିକାର କରିଥିବାରୁ ସତ୍ୟଜିତ୍ ପ୍ରଧାନ, ଉଷଶ୍ରୀୀ ଜେନା ଓ ଉଜ୍ଜଳ କୁମାର ଦାସଙ୍କୁ ୩ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା । ଉତ୍କଳ ସମ୍ମିଳନୀ ପକ୍ଷରୁ ସତ୍ୟସୁନ୍ଦର ପଢିଆରୀ, ନିର୍ମଳ କାନ୍ତ ଜେନା, ଦେବାଶିଷ ଘୋଷ, ସୁଭସ୍ମିତା କରଣ ଓ ଅର୍ଚ୍ଚନା ମହାଳିକ ଓଡିଆରେ ୯୦ ପ୍ରତିଶତ ନମ୍ବର ରଖିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା