ଜଳେଶ୍ୱର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆୟୋଜିତ ସଭାରେ ବିଇଓ ବିଜୟ କୁମାର ନାଥ ଅଧ୍ୟକ୍ଷତା କରି ସୁରଭି କାର୍ଯ୍ୟକ୍ରମର ଆବଶ୍ୟକତା ସଂପର୍କରେ କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ସୌରଭରୁ ସୁରଭି, ଲୁକ୍ଆୟିତ ପ୍ରତିଭାର ପରିପ୍ରକାଶ ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି ଏକ ଯୋଜନାରର ପ୍ରଚଳନ କରିଛନ୍ତି । ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ହେଲେ ଶିଶୁଟି ସମାଜସେବୀ, ଡାକ୍ତର, ଇଞ୍ଜିନିୟର କିମ୍ବା ପ୍ରଶାସନୀକ ଅଧିକାରୀ ହୋଇପାରେ । ଆଉ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାପାଇଁ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ଜାତିରେ ମଧ୍ୟ ବାଜିରାଉତ ଧରମା ବଣଫୁଲପରି ଜନ୍ମିଥିଲେ ମଧ୍ୟ ଜାତି ଉଦ୍ଦେଶ୍ୟରେ କାର୍ଯ୍ୟକରି ଅମର ହୋଇ ପାରିଛନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବିଡିଓ ନିତ୍ୟାନନ୍ଦ ସାହୁ, ସମ୍ମାନୀତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ନୋଡାଲ ଅଫିସର ମୁରଲୀ ପ୍ରଧାନ, ଶିକ୍ଷା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସଂଜୟ କୁମାର ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ସାହୁ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଶେଷରେ ଶିକ୍ଷକ ଡ. ଅଜିତ୍ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୧୭ଟି କ୍ଲଷ୍ଟର ୫୯ ହାଇସ୍କୁଲ, ୨୨୭ ଉପ୍ରା ବିଦ୍ୟାଳୟର ୩୭୭ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୮୨ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ଏଥିରେ ପ୍ରବନ୍ଧ ଲିଖନ, ହସ୍ତାକ୍ଷର ଓ ଶୃତଲିଖନ, ତର୍କ ପ୍ରତିଯୋଗିତା, ସୃଜନାତ୍ମକ ଲିଖନ, ବକ୍ତୃତା ପ୍ରତିଯୋଗିତା, ଚିତ୍ରାଙ୍କନ, କୁଇଜ୍, ହସ୍ତାକ୍ଷର, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଜୁନିୟର ଓ ସିନିୟର ବିଭାଗରେ ଅନୁଷ୍ଠିତ ହୋଇ ଯାଇଛି । ସହଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ କେଶରୀ ଜେନା, ସୁଶାନ୍ତ କୁମାର ଜେନା, ବନବିହାରୀ ଦାସ ଅଧିକାରୀ ପ୍ରମୁଖଙ୍କ ସମେତ ରଂଜନ ବେହେରା, ମାଖନଲାଲ ବେରା, ସୁଧିର କୁମାର କର, ମୀନା ପରିଡା, ନିବେଦିତା ନାୟକ, ରାମଚନ୍ଦ୍ର ଜେନା, ରାମକୃଷ୍ଣ ଦାସ, ଗୌରୀ ଶଂକର ପରିଡା, ଗଜେନ୍ଦ୍ର ନାଥ ଦଳାଇ, ପଂକଜ କୁମାର ଜେନା, ଶ୍ରୀକାନ୍ତ ଧଳ, ଜ୍ଞାନ ରଂଜନ ଦାସ, ସୁବେଶ ପ୍ରଧାନ, ଦୀନକୃଷ୍ଣ ପାତ୍ର, କୃଷ୍ଣ ଚରଣ ମାଝୀ, ପ୍ରଦୀପ ଜେନା, ସରୋଜ ପ୍ରଧାନ, ସୁଶାନ୍ତ ଦାସ, ପୁଷ୍ପିତା ଦାସ, ନିମାଇଁପଦ ସେନାପତି ଓ ରବିନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା