ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ୧୨ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷାର ପ୍ରଶିକ୍ଷଣ ଶିବିର ଆଜି ବୁଧବାର ଉଦଯାପିତ ହୋଇଛି । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକ ସୁଷମା ଚନ୍ଦ୍ରଙ୍କ ତତ୍ୱାବଧାନରେ ମାଷ୍ଟର ଟ୍ରେନର ଲିଲି ରାଣି ପଟ୍ଟନାୟକ, ସୁଶ୍ରୀ ସଂଗିତା ପଲାଇ ଓ ଦେବଜାନୀ ପ୍ରଧାନ ମୋଟ ୨୫୫ଜଣ ଛାତ୍ରୀଙ୍କୁ ୯ଟି ଦଳରେ ବିଭକ୍ତ କରି ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ । ଗତ ୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚରଣ ଦେ ପୌରହିତ୍ୱ କରିଥିଲେ । ଅଧ୍ୟାପିକା ଇନ୍ଦୁମତୀ ଗିରି ଓ ଅଧ୍ୟାପକ ଚନ୍ଦ୍ରଶେଖର ଗିରି ସାମ୍ପ୍ରତିକ ସମାଜରେ ମହିଳା ଓ ଛାତ୍ରୀମାନଙ୍କ ପ୍ରତି ନିର୍ଯ୍ୟାତନା ଓ ଲାଞ୍ଛନା ଦିଆଯାଉଥିବାରୁ ଆତ୍ମସୁରକ୍ଷା ଲାଗି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏପରି କାର୍ଯ୍ୟକ୍ରମ ଚଳିଆସୁଥିବା କହିଥିଲେ । ପ୍ରକାଶଯୋଗ ଏହି ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟର ଛାତ୍ରୀମାନେ ଅତୀତରେ ରାଜ୍ୟ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଆସୁଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା