
ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ବିଧାନର ନିୟମ ଅନୁଯାୟୀ ମାନବିକ ଅଧିକାର ପ୍ରତ୍ୟେକ ନାଗରିକଙ୍କର ପ୍ରାପ୍ୟ । କିନ୍ତୁ ଏହାର ବ୍ୟତିକ୍ରମ ଘଟୁଥିବାରୁ ସଚେତନତା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଜାତୀୟ ମାନବିକ ଅଧିକାର ଦିବସ ଉପଲକ୍ଷେ ଜଳେଶ୍ୱର ମହିଳା ମହାବିଦ୍ୟାଳୟର +୩ ଶ୍ରେଣୀର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ସଭାପତିତ୍ୱ କରି ମାନବିକ ଅଧିକାର ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାର ବୋଲି କହିଥିଲେ । ମୂଖ୍ୟଅତିଥିଭାବେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲା ଅଧିକାରୀ ସତ୍ୟମୟ ଆଚାର୍ଯ୍ୟ ଯୋଗ ଦେଇ ମାବିକ ଅଧିକାର କ୍ଷୁର୍ଣ୍ଣହେଲେ ଆଇନର ସହାୟତା ନୋବକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସଂଗ୍ରମ ପଟ୍ଟନାୟକ, ଡ. ଲିପ୍ସା ଦାସ, ଚନ୍ଦ୍ରସେଖର ଗିରି, ରତନ କୁମାର ମିଶ୍ର ସମାଜରେ ସମସ୍ତଙ୍କ ଅଧିକାର ସଂପର୍କରେ ସୂଚାଇଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଦିଲ୍ଲିପ କୁମାର ଘୋଷ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ ; ଭୂପତି ପରିଡା