ଜଳେଶ୍ୱର (ସମୃଦ୍ଧ ଓଡିଶା) ଯୋଗ ଶରୀରିକ ଓ ମାନସିକ ଉପରେ ପ୍ରଭାବ ପକାଇବା ଓ ଅଧିକ କ୍ରିୟାଶୀଳ ହେବା ଯୋଗୁଁ ସୁସ୍ଥ ଜୀବନଯାପନ କରାଯାଇପାରୁଥିବାରୁ ଅଧିକ ଆଦ୍ରୁତ ହୋଇ ପାରୁଛି । ଆଜି ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ପ୍ରଣିତ ଯୋଗ ସଂପର୍କରେ ଏକ ତ୍ରି-ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିରକୁ ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ଦେ ଉଦ୍ଘାଟନ କରିଛନ୍ତି । ମହାବିଦ୍ୟାଳୟର ଏନ୍ଏସ୍ଏସ୍, ୱାଇଆର୍ସି ଓ ଆନନ୍ଦମାର୍ଗ ପ୍ରଚାରକ ସଂଘ ଦ୍ୱାରା ଆୟୋଜିତ ଏହି ଶିବିରରେ ଆନନ୍ଦମାର୍ଗ ରାଜ୍ୟ ସଂଯୋଜକ ଭାଷ୍କର ଚନ୍ଦ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଅଷ୍ଟାଙ୍ଗ ଯୋଗ ସଂପର୍କରେ ବ୍ୟାକ୍ଷା କରିଥିଲେ । ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୱାନ ଓ ସମାଧି ଉପରେ ସେ ବିସ୍ତୃତ ଆଲୋଚନା କରି ସାମ୍ପ୍ରତିକ ସମାଜରେ ଯୋଗ ଦ୍ୱାରା ସୁସ୍ଥ, ସବଳ ଓ ନିରୋଗ ରହିହେବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ, ମାନସିକ ଓ ଆଧ୍ୟାତ୍ମକ କିପରି ବିକାଶ ଘଟିଥାଏ ତାହା ପ୍ରକାଶ କରିଥିଲେ । ଅନ୍ୟମାନେଙ୍କ ମଧ୍ୟରେ ଅଧ୍ୟାପିକା ଇନ୍ଦୁମତୀ ଗିରି, ଅଧ୍ୟାପକି ସୁଷମା ଚନ୍ଦ, ରତନ କୁମାର ମିଶ୍ର, ଆନନ୍ଦମାର୍ଗର ବ୍ରହ୍ମଚାରିଣୀ ଗିତିମୟା ଆଚାର୍ଯ୍ୟା ଓ କଳିକା ଆଚାର୍ଯ୍ୟା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଛତ୍ରୀମାନଙ୍କୁ ଆସନ ଓ କୌଷିକୀ ନୃତ୍ୟ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା